ଡିଏଭି କଳିଙ୍ଗନଗରରେ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାରା ଦେଶରେ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ, ଭୁବନେଶ୍ୱର ସ୍ଥିତ ଡିଏଭି କଳିଙ୍ଗନଗରରେ ୭୬ ତମସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିବାସହ ଏନ.ସି.ସି, ସ୍କାଉଟଗାଇଡ୍, ରେଡ୍କ୍ରସ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ତାକର୍ଷକ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣକରିଥିଲେ । ଏହି ଅବସରରେ ଜାତୀୟ ସଂଗୀତଗାନ କରାଯିବାସହ ଦେଶ ପାଇଁ ବଳିଦାନ ଦେଇଥିବା ମହାନାୟକମାନଙ୍ କଉଦ୍ଦେଶ୍ୟରେ ଜୟଧ୍ୱନି କରାଯାଇଥିଲା ।ଏହି ଅବସରରେ ମୁଖ୍ୟ ଅତିଥି ସ୍ୱାଧୀନ ଭାରତର ସାର୍ବଭୌମତ୍ୱ ରକ୍ଷାକରିବା ସହ ଦେଶପ୍ରେମୀ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣକରି ସେମାନଙ୍କ ସ୍ୱପ୍ନର ଭାରତ ନିର୍ମାଣକରିବାରେ ବ୍ରତୀହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ସ୍ୱାଧୀନତାର ୭୫ ବର୍ଷପୂର୍ତ୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବରେ ଆମେ ସାମିଲ ହୋଇଥିବାରୁ ଗର୍ବ ଅନୁଭବ କରୁଛୁ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉତ୍ସବର ତାପ୍ତର୍ଯ୍ୟ ପରିପ୍ରେକ୍ଷୀରେ ବକ୍ତୃତା ଓ ଦେଶର ବିଭିନ୍ନ ରାଜ୍ୟର କଳା ଏବଂ ସଂସ୍କୃତିକୁ ନେଇ ନୃତ୍ୟ ଓ ଯୋଗ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ “ହର ଘର ତ୍ରିରଙ୍ଗା”ର ବାର୍ତ୍ତା ପରିବେଶିତ ହୋଇଥିଲା । କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ୟୁଟୁବ ମାଧ୍ୟମରେ ପ୍ରସାରଣ କରାଯାଇଥିଲା ।ବିଦ୍ୟାଳୟର ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିକା ଏବଂ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୁପେ ସମ୍ପାଦିତ ହୋଇଥିଲା ।


