ବଞ୍ଚୋ ପଞ୍ଚାୟତ ପକ୍ଷରୁ ମାଟ୍ରିକ ଟପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶତକଡା ୯୦ଭାଗରୁ ଉର୍ଦ୍ଧରଖି ସଫଳତାର ସହ ଉତ୍ତିନ୍ନ ହୋଇଥିବା ତିନିଜଣ ଛାତ୍ରଛାତ୍ରୀଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ବିଶିଷ୍ଟ ଶିକ୍ଷାବିତ ପଞ୍ଚାନନ ପଟ୍ଟନାୟକ, ଦୟାନିଧି ରାଉତ, ଯଦୁମଣି ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବରାହୀ ହାଇସ୍କୁଲର ଛାତ୍ରୀ ଅନାମିକା ଜେନା, ପ୍ରାଚୀଶ୍ରୀ ନାୟକ, ସିଦ୍ଧୁପ୍ରକାଶ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜ ସଫଳତା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପିଇଓ ନରହରି ନାୟକ, ଜିଆରଏସ ଜିଆରଏସ ତପସ୍ୱିନୀ ରାୟ ସର୍ଦ୍ଦାର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପଞ୍ଚାୟତର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ