ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମ ପଞ୍ଚାୟତର ଡୁଙ୍ଗୁରି ଗ୍ରାମରେ ବାଲିଛାଇ ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅଗଷ୍ଟ ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବାଲିଛାଇ ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ବାବୁଲା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ଜଗନ୍ନାଥ ବଢ଼େଇ, ମନୋଜ କୁମାର ପ୍ରଧାନ, ରାଜେନ୍ଦ୍ର କୁମାର ସାହୁ, ରାମକୃଷ୍ଣ ପଣ୍ଡା, ସୁରେଶ ଚନ୍ଦ୍ର ପାତ୍ର ପ୍ରମୁଖଙ୍କ ସମେତ ସମସ୍ତ ସକ୍ରିୟ ସଭ୍ୟ ଓ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନେତୃତ୍ବାଧୀନ ବିଜେଡି ସରକାର ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନହିତକର ଯୋଜନା ବିଷୟରେ କର୍ମୀମାନଙ୍କୁ ଅବଗତ କରାଇଥିଲେ। ଏହି ସବୁ ଯୋଜନା ଗୁଡିକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ ସମସ୍ତ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ପଞ୍ଚାୟତର ବିଭିନ୍ନ ଅଭାବ ଅସୁବିଧା ବିଷୟ ନେଇ ବିଜେଡି ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ