ରାଧାଗୋଵିନ୍ଦ ଧାମରେ ଜନ୍ମାଷ୍ଟମୀ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ମାଳଦା ସ୍ଥିତ ରାଧାଗୋଵିନ୍ଦ ଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃ ସମୟରେ ଧାମର ନିୟମିତ ପୂଜକ କ୍ଷୀରୋଦ କୁମାର ଦାସଙ୍କ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଗୁରୁ ପୂଜନ ସହିତ ଭଗବାନଙ୍କୁ ଅନ୍ୟ ଶ୍ରଦ୍ଧାଳୁ ମାନେ ପୂଜା କରିଥିଲେ।ଆଖ ପାଖ ଅଞ୍ଚଳର ଭଗବାନ ପିପାସୁ ଜନସାଧାରଣ ଏଥିରେ ଯୋଗ ଦେଇଥିଲେ।ସନ୍ଧ୍ୟା ଆଳତି ପରେ ଵୈଦିକ ଵିଧି ଅନୁସାରେ ଶିକ୍ଷାବିତ୍ ରାମ ଚନ୍ଦ୍ର ମହାନ୍ତି ଙ୍କ ତତ୍ଵାବଧାନରେ ଜନ୍ମାଷ୍ଟମୀ ଉତ୍ସବ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମକୁ ବିପିନ ବିହାରୀ ଦାସ, ଭକ୍ତହରି ରାଉତ, ମନୋରଞ୍ଜନ ମହାନ୍ତି, ଆନନ୍ଦ ପଲେଇ, ସ୍ନେହଲତା ମହାନ୍ତି, ଚତୁର୍ଭୁଜ ପରିଡା, ଉଦୟ ନାୟକ, ନିଶିକାନ୍ତ ନାୟକ, ରିଷିକେଶ ଜେନା, ଘନଶ୍ୟାମ ସାମଲ, ହରେକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।


