ମୁଲଣାନଗରରେ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ବାବା ମଣ୍ଡଳେଶ୍ୱର ମନ୍ଦିର ଜୁନିୟର କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମୁଲଣାନଗର ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ମହେଶ ବିଶ୍ୱାଳ ଓ ସମାଜସେବୀ ଜନତ ହୋସେନ ଏହି ଶିବିରକୁ ଉଦଘାଟନ କରିଥିଲେ । ରକ୍ତଦାତାଙ୍କୁ ଉତ୍ସହିତ କରିବା ସହ ଶିବିର ଆୟୋଜକଙ୍କୁ ସେମାନେ ଭୂୟସୀ ପ୍ରଶଂସା କରିଥିଲେ । ବାବା ମଣ୍ଡଳେଶ୍ୱର ମନ୍ଦିର ଜୁନିୟର କମିଟି ଭଳି ଅନୁଷ୍ଠାନଙ୍କ ସହଯୋଗରୁ ବାଲେଶ୍ୱରରେ ଆଜି ରକ୍ତର ଅଭାବ ପୂରଣ ହୋଇପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । କମିଟି ସଭାପତି ତାପସ କୁମାର ବେହେରା, ସୁୂରଜ କୁମାର ବେହେରା, ଅମିତ କୁମାର ବେହେରା, ପର୍ଶୁରାମ ବେହେରା, ରୋହିତ କୁମାର ବେହେରା, ଦେବବ୍ରତ ବେହେରା, ଆକାଶ କୁମାର ବେହେରା, ନଳିନୀକାନ୍ତ ପରିଡ଼ା ପ୍ରମୁଖ କମିଟିର କାର୍ଯ୍ୟକର୍ତ୍ତାମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଶିବିର ପରିଚାଳାନା କରିଥିଲେ । ଆଖପାଖ ଅଞ୍ଚଳର ଯୁବକ ଯୁବତୀମାନେ ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଶିବିର ଶେଷ ସୁଦ୍ଧା ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।


