ସିପିଏ ଜିଲା ସମ୍ପାଦକଙ୍କ ମାତୃ ବିୟୋଗ

ବାଲେଶ୍ୱର, (ସରୋଜ ପଣ୍ଡା):ସିପିଏମ ବାଲେଶ୍ୱର ଜିଲା ସମ୍ପାଦକ ଶିଶିର ହୁଇଙ୍କ ମାଆ ତଥା ବିଶିଷ୍ଟ ନାରୀ ନେତ୍ରୀ ସାମାଜିକ କର୍ମୀ ତାପସୀ ପ୍ରହାରାଜଙ୍କ ଶାଶୂ ଗିରିବାଳା ହୁଇ(୮୮)ଙ୍କର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଶନିବାର ସକାଳ ପ୍ରା ୫ଟା ୩୦ ମିନିଟ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ଖବର ପାଇ କଟକ ମେୟର ସୁବାସ ସିଂହ, ବରିଷ୍ଠ ସିପିଏମ ନେତା ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ ଏବଂ ସୁରେଶ ପାଣିଗ୍ରାହୀଙ୍କ ସମେତ ଅନେକ ସମାଜ ସେବୀ, ଶିକ୍ଷକ ନେତା ସୁରେନ୍ଦ୍ରନାଥ ଜେନା ପ୍ରମୁଖ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜଣେ ଦରଦୀ, ପରୋପକାରୀ ମହିଳା ଭାବେ ତାଙ୍କର ପ୍ରେରଣା ଓ ପ୍ରୋତ୍ସାହନ ପାଇ ପୁଅ ଶ୍ରୀ ହୁଇ ଏବଂ ବୋହୂ ଶ୍ରୀମତୀ ପ୍ରହରାଜ ରାଜ୍ୟରେ ବାମପନ୍ଥୀ ଆନ୍ଦୋଳନକୁ ଆଗେଇ ନେବାରେ ସହାୟକ ହୋଇ ପାରିଛନ୍ତି । ଏଭଳି ଜଣେ ମାଙ୍କର ମୃତ୍ୟୁରେ ସିପିଆଇ (ଏମ ) ବାଲେଶ୍ୱର ଜିଲ୍ଲା କମିଟି ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ