ପଞ୍ଚାୟତ ବିକାଶରେ ବାଧକ ସାଜିଛି ପାନୀୟଜଳ ପ୍ରକଳ୍ପର ବିଦୁ୍ୟତ ବିଲ

ହାଟଡିହି, (ବିକାଶ ବିଶ୍ୱାଳ):ବିଦୁ୍ୟତ ବିଲ ମାସକୁ ଲକ୍ଷେ ୩୦ହଜାର । ଏହା କୌଣସି କଳକାରଖାନାର ବିଦୁ୍ୟତ ବିଲ ନୁହଁ କି କୌଣସି ଖଣିର । ଏହା ଏକ ପଞ୍ଚାୟତର ମାସକୁ ବିଦୁ୍ୟତ ବିଲ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ବିଦୁ୍ୟତ ବିଲ ହେଉଛି ମାସକୁ ଲକ୍ଷେ ତିରିଶ ହଜାର ଟଙ୍କା । ବର୍ଷକୁ ଏକ କୋଟି ପାଞ୍ଚ ଲକ୍ଷ ୬୦ହଜାର ଟଙ୍କା । ପୁଣି ବକେୟା ବିଲ ଅଛି ୧୪ଲକ୍ଷ ଟଙ୍କା । ତେଣୁ ପଞ୍ଚାୟତ ଏହି ବିଦୁ୍ୟତ ବିଲ ପୈଠ କରିବାକୁ ଯଙ୍କା ଆଣିବ କେଉଁଠୁଁ । ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ସରପଞ୍ଚ ସୁବାସିନି ସେଠୀ । ତାଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତରେ ୯ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଛି । ଏହା ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବାରୁ ଓ ପ୍ରତି ଗାଁରେ ପାନୀୟଜଳର ଅଭାବକୁ ଦୁର କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଢ଼େଙ୍କା, ବାରିଗାଁ, କଣିଆରୀ, ମୋଟରାଗଡିଆ, ଝଣଝଣା, ପୁରୁଣାପାଣି, କାଳିଆମ୍ବ, ସଙ୍ଗମ ଆଦି ଗାଁରେ ପାନୀୟ ଜଳପ୍ରକଳ୍ପ କାର୍ଯ୍ୟକାରୀ କରି ପାନୀୟଜଳ ଯୋଗାଇ ଦେଉତôଲେ । କିନ୍ତୁ ଏହାର ମରାମତି ଓ ବିଦୁ୍ୟତ ବିଲ ପଞ୍ଚାୟତ ପୈଠ କରିବ । ଯାହାକୁ ଘୋଡା ୬ଟଙ୍କାକୁ ଦାନା ୯ଟଙ୍କା ସଦୃଶ ହୋଇଯାଇଛି । ଏହି ଯୋଜନା ପାଇଁ ପଞ୍ଚାୟତକୁ ବର୍ଷକୁ ମାତ୍ର ୭ଲକ୍ଷ ଟଙ୍କା ଆସୁତବବାବେଳେ ପଞ୍ଚାୟତ ମାସକୁ ଲକ୍ଷେ ୩୦ହଜାର ଯଙ୍କା ଖର୍ଚ୍ଚ କରିବ କିପରି । ଆଣିବ କେଉଁଠୁଁ ବୋଲି ସରପଞ୍ଚ ଶ୍ରୀମତୀ ସେଠୀ ପ୍ରଶ୍ନ କରିଛନ୍ତି । ତାଙ୍କ କହିବାନୁଯାଇ ପଞ୍ଚାୟତର କଣିଆରୀ ପାନୀୟ ଜଳପ୍ରକଳ୍ପ ପାଇଁ ମାସକୁ ୨୦ହଜାର, ମଟରାଗାଡିଆ ପ୍ରକଳ୍ପ ପାଇଁ ୧୦ହଜାର, ବାରିଗାଁ ପ୍ରକଳ୍ପ ପାଇଁ ୧୦ହଜାର, ଢ଼େଙ୍କା ପାନୀୟଜଳ ପ୍ରକଳ୍ପ ପାଇଁ ୩୦ହଜାର, ଝଣଝଣା ପ୍ରକଳ୍ପ ପାଇଁ ୬ହଜାର, କାଳିଆମ୍ବ ପ୍ରକଳ୍ପ ପାଇଁ ୬ହଜାର, ପୁରୁଣାପାଣି ୧ପାଇଁ ୧୦ହଜାର, ପୁରୁଣାପାଣି ୨ ପ୍ରକଳ୍ପ ପାଇଁ ୧୨ହଜାର ସଙ୍ଗମ ପ୍ରକଳ୍ପ ପାଇଁ ୧୨ହଜାର ଟଙ୍କାର ବିଦୁ୍ୟତ ବିଲ ଆସୁଛି । ଯାହାକି ପ୍ରତିମାସ ପଞ୍ଚାୟତ ଏହି ବିଦୁ୍ୟତ ବିଲ ପୈଠ କରିବାକୁ ପଡୁଛି । ତେଣୁ ଏତେ ଟଙ୍କା କେଉଁଠୁ ଆସିବ ଯେ ପ୍ରକଳ୍ପ ଚାଲିବ । ପଞ୍ଚାୟତର ଯାହା ଅନୁଦାନ ଆସିଲା ଓ ପଞ୍ଚାୟତର ରୋଜଗାର ସବୁତ ବିଦୁ୍ୟତ ବିଲରେ ଖର୍ଚ୍ଚ ହେବ, ତେଣୁ ପଞ୍ଚାୟତର ବିକାଶ ହେବ କିପରି ବୋଲି ସେ କହିବା ସହ ଆମେ ବାଧ୍ୟହୋଇ ସମସ୍ତ ପ୍ରକଳ୍ପ ଗୁଡିକୁ ବନ୍ଦ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ସେମାନେ ଜିଲ୍ଲାପାଳ ଓ ପ୍ରକଳ୍ପ ନିଦେ୍ର୍ଦଶକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇବୁ ଯଦି ସେ କିଛି ବ୍ୟବସ୍ଥା କରନ୍ତି ତେବେ ପ୍ରକଳ୍ପ ଚାଲିବ ନଚେତ ବନ୍ଦ ହେବ ବୋଲି ସେ କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ