ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ

ଅପରାଧିକ ପୃଷ୍ଠଭୂମି ଥାଇ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ବା ‘ଦାଗୀନେତା’ମାନଙ୍କ ପାଇଁ ସୁପ୍ରିମ୍‌ କୋର୍ଟ ପୂର୍ବରୁ ଦେଇଥିବା ଏକ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରିବା ଘଟଣା ନିର୍ବାଚନ କମିଶନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ବଦଳରେ ତାକୁ ଅବମାନନା କରା ଯାଇଥିବା ଦର୍ଶାଇ ନିର୍ବାଚନ କମିଶନଙ୍କ ଉପରେ ଆଜି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ।ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, ଗତ ୨୦୧୮ ସେପେଟମ୍ବର ୨୫ ତାରିଖରେ ସୁପ୍ରିମ୍‌ କୋର୍ଟ ଦେଶର ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜରି କରିଥିଲେ। ଯେଉଁଥିରେ, ଅପରାଧିକ ପୃଷ୍ଠଭୂମି ଥାଇ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ସେମାନଙ୍କ ବିରୋଧରେ ରହିଥିବା ସମସ୍ତ ଅପରାଧିକ ମାମଲାର ସବିଶେଷ ବିବରଣୀ, ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ, ବିଜ୍ଞାପନ ଆକାରରେ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ଏହି ନିର୍ଦ୍ଦେଶକୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ମଧ୍ୟ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ