ଚିକଲଖଣ୍ଡି ଗ୍ରାମ ପଂଚାୟତ ପକ୍ଷରୁ ବନ ମହୋତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ପଂଚାୟତ ପକ୍ଷରୁ ଚିକଲଖଣ୍ଡି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ବି. ଶଙ୍କର ରେଡ୍ଡୀ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ, ଉପାଧ୍ୟକ୍ଷା ଏସ୍‌. ସାରଦା ରେଡ୍ଡୀ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଚିକଲଖଣ୍ଡି ସରପଂଚ ଭଗବାନ ବେହେରା, ଫରେଷ୍ଟ ରେଞ୍ଜର ରଜତ କୁମାର ମିଶ୍ର, ଫରେଷ୍ଟର ଗିରିଶ ଚନ୍ଦ୍ର ରୟ, ଫରେଷ୍ଟ ଗାର୍ଡ ରାଜୀବ ପାତ୍ର, ଲକ୍ଷ୍ମୀପୁର ସମିତିସଭ୍ୟ ଏନ୍‌. ରମେଶ ରେଡ୍ଡୀ, ପୁର୍ବତନ ସମିତିସଭ୍ୟ ଏନ୍‌. ଦୁର୍ଯ୍ୟୋଧନ ରେଡ୍ଡୀ, ପୂର୍ବତନ ସରପଂଚ ଡି. ଆଦି ନାରାୟଣ ରେଡ୍ଡୀ, ବାପି ଦାସ, କେ.ଚନ୍ଦ୍ର ଶେଖର ରେଡ୍ଡୀ, ଚିକଲଖଣ୍ଡି ପଂଚାୟତର ନାଏବ ସରପଂଚ ବି. ଲଛମି ରେଡ୍ଡୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୋସ୍ନାରାଣୀ ପ୍ରହରାଜଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ବୃକ୍ଷରୋପଣ କରିବା ସହିତ ବନ ମହୋତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଉଦୟନାଥ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ଋତୁରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ