ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ୫-ଟି ରୂପାନ୍ତରିତ ହୋଇଥିବା ସ୍ମାର୍ଟସ୍କୁଲ ଓ ରୂପାନ୍ତରିତ କାର୍ଯ୍ୟ ଚାଲିଥିବା ହାଇସ୍କୁଲ ଗୁଡିକ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସୁନ୍ଦରପୁର ଉଚ୍ଚବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ମାର୍ଟ କ୍ଲାସ ରୁମ, ଇ ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗର, କମ୍‌ୁ୍ୟଟର ଲ୍ୟାବ୍‌, ଶୌଚାଳୟ, ପାନୀୟ ଜଳ, କ୍ରୀଡା ଉପକରଣ ଆଦି ଯୋଗାଇ ଦିଆଯାଇଛି । ସେସବୁର ତଦାରଖ କରିଛନ୍ତି ବିଧାୟକ । ଏହା ସହିତ ପିଲାଙ୍କ ସହ କିଛି ସମୟ ବିତାଇ ସେମାନଙ୍କୁ ପାଠପଢା ସମ୍ପର୍କରେ ପଚାରି ବୁଝିଛନ୍ତି । ଆଗରେ ସ୍କୁଲ ରେ ପାଠପଢା କେମିତି ଲାଗୁଥିଲା ବର୍ତ୍ତମାନ କେମିତି ଲାଗୁଛି ସେ ବିଷୟରେ ପିଲାଙ୍କ ସହ ଆଲୋଚନା କରିଛନ୍ତି । ପରେ ବିଧାୟକ ଶ୍ରୀ ବେହେରା ଟାଙ୍ଗଣାପଲ୍ଲୀ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ବିଦ୍ୟାପୀଠ ଓ ବିପୁଳିଙ୍ଗି ହାଇସ୍କୁଲ ରେ ଚାଲିଥିବା ୫ ଟି ରୁପାନ୍ତରିତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମସ୍ତ କାର୍ଯ୍ୟକୁ ଉନ୍ନତ ମାନର ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେଶେଷ କରିବାନିମନ୍ତେ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପରିଦର୍ଶନ ବେଳେ ବିଧାୟକଙ୍କ ସହ ଛତ୍ରପୁରର ଭାରପ୍ରାପ୍ତ ବିଡିଓ ତଥା ତହସିଲଦାର ପ୍ରକାଶ କୁମାର ମିଶ୍ର, ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁ ଓ ଦିଗାମ୍ବର ନାୟକଙ୍କ ସମେତ ଅଂଚଳର ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା /ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ