୭ ନଂ ୱାର୍ଡରେ ଅଗ୍ନିକାଣ୍ଡ ,ଜଣେ ଆହତ, ସହାୟତାର ହାତ ବଢାଇଲେ ଶ୍ରମ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଏନଏସି ର ୭ ନଂ ୱାର୍ଡ ଅନ୍ତର୍ଗତ ପାଟଣାପଦର ସାହି ଛକରେ ଅଗ୍ନିକାଣ୍ଡ ଘଟି ଘର ପୋଡ଼ି ଯିବା ସହ ଜଣେ ବ୍ୟକ୍ତି ପୋଡି ଆହତ ହୋଇଥିବା ଜଣାପଡିଛି। ପାଟଣାପଦର ଛକରେ ଥିବା ମାଗତି ବେହେରା ମାଟି ସାମଗ୍ରୀ ତିଆରି କରି ପୋଡ଼ିବା ସମୟରେ ଗୋଟିଏ ପାତ୍ର ଫାଟି ଯିବା ଯୋଗୁ ଘରେ ନିଆଁ ଲାଗିଯାଇଥିଲା। ଘରେ ଥିବା ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟିଗଲେ ବଡ଼ ଧରଣର ଦୁର୍ଘଟଣା ଘଟିବା ଆଶଙ୍କା କରି ମାଗତି ବେହେରା ସିଲିଣ୍ଡର କୁ ବାହାର କରିବା ପାଇଁ ଯିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଆହତ ହୋଇଥିଲେ। ଖବର ପାଇ ପୋଲସରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ସହ ମାଗତି ବେହେରା ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସୂଚନା ପାଇବା କ୍ଷଣି ଅଞ୍ଚଳରେ ଥିବା ଓଡିଶା ସରକାରଙ୍କ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପୋଲସରା ମେଡ଼ିକାଲରେ ପହଞ୍ଚିଥିଲେ। ମନ୍ତ୍ରୀଙ୍କ ସହ ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ୭ ନଂ ୱାର୍ଡ କାଉନସିଲର ଅଭିମନ୍ୟୁ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ ଓ ଝୁନୁ ଦାସ, ବ୍ଲକ ଉପାଧ୍ୟକ୍ଷ କାହ୍ନ ଚରଣ ପରିଡ଼ା ସମେତ ବହୁ ଜନପ୍ରତିନିଧି ପୋଲସରା ମେଡ଼ିକାଲକୁ ଯାଇଥିଲେ। ମନ୍ତ୍ରୀ ଶ୍ରୀସାହୁ ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କୁ ପରାମର୍ଶ ଦେବା ସହ ଆହତ ମାଗତି ଙ୍କୁ ବ୍ୟକ୍ତିଗତ ଭାବେ ଆରୀହିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ