ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଭେଷଜ ଆଉଟଡୋର ରେ ତାଲା

ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ସମେତ ବୌଦ୍ଧ ଓ ଦଶପଲ୍ଲାର ଜନ ସାଧାରଣ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭରଶୀଳ।କିନ୍ତୁ ଜିଲାରେ ମାତ୍ର ଜଣେ ଭେଷଜ ଡାକ୍ତର ଥିବାରୁ ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗ ଆଉଟଡୋର କ୍ୱଚିତ ଖୋଲା ଯାଉଥିବା ଅଭିଯୋଗ ହେଉଛି।ଯାହା ଫଳରେ ରୋଗୀ ସେବା ବ୍ୟାଘାତ ହେଉଛି।ଏ ସମ୍ପର୍କରେ ମିଳିତ ନାଗରିକ କମିଟି ପକ୍ଷରୁ ସିଡିଏମ ଓଙ୍କ ସହ ଆଲୋଚନା କରାଯାଇ ବିକଳ୍ପ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।ଯେଉଁ ମାନେ ଅଛନ୍ତି ସେଥିରୁ ଅଧିକାଂଶ ସଠିକ ସେବା ଦେଉନଥିବା ଜଣାଯାଏ।ତୁରନ୍ତ ଭେଷଜ ବିଭାଗ ଡାକ୍ତର ନିଯୁକ୍ତି ନ ହେଲେ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ।ଦୁଇ ଜଣ ଅଲଟ୍ରାସାଉଣ୍ଡ ଡାକ୍ତର ତାଲିମ ନେଇ ଫେରୁଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଆରମ୍ଭ ହେବ ବୋଲି ଆଶା। ଜିଲାରେ ଡାକ୍ତରଖାନା ମାତ୍ର ତିନି ଘଣ୍ଟା ଖୋଲାଯାଉଛି।ଏହା ଏକ ପଛୁଆ ଜିଲା ହୋଇଥିବା ରୁ ଗୁଣାତ୍ମକ ସେବା ଲୋକମାନେ ଆଶା କରନ୍ତି।କେତେକ କ୍ଷେତ୍ରରେ ଅଣ୍ଡର ରିପୋଟିଂ ହେଉଥିବା ରୁ ଜିଲା ପାଇଁ କ୍ଷତି କାରକ।ଡ୍ୟୁଟି ସମୟରେ କ୍ଳିନିକ ଯାଉଥିବା ରୁ ଗରିବ ଲୋକମାନେ ଅଯଥା ଅର୍ଥ ବ୍ୟୟ ପାଇଁ ବାଧ୍ୟ ହେଉଛନ୍ତି।ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ସମେତ ଆମ୍ବୁଲାନ୍ସ ଇତ୍ୟାଦି ରେ ବେଆଇନ ଅର୍ଥ ଆଦାୟ ହେଉଥିବା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଦୃଷ୍ଟି ଗୋଚର କରାଗଲା।ଗ୍ରାମାଞ୍ଚଳରେ ଡାକ୍ତର ମାନଙ୍କ ମଧ୍ୟରୁ ଅନେକ ଅଳ୍ପ ଦିନ ଛୁଟି ନେଇ ଦୀର୍ଘ ଦିନ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ରୁ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇବା ରୁ ବଞ୍ଚିତ ହେଉଥିବା ବଡ ଦୁର୍ଭାଗ୍ୟ ର ବିଷୟ।ମିଳିତ ନାଗରିକ କମିଟି ର ସଭାପତି ଡ ଅରୂପ ଜେନା ଙ୍କ ସହ ନବୀନ କିଶୋର ପଣ୍ଡା, ପ୍ରଣବ ମଣ୍ଡଳ,ରାଜ କିଶୋର ପାଢୀ ବନ ବିହାରୀ ନନ୍ଦ ପ୍ରମୁଖ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ