ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଅଗଷ୍ଟ ୩୦ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଶିକ୍ଷାବିତ ଅନିଲ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶ୍ରୀ ମହାରଣା ସରକାରୀ ବିଦ୍ୟାଳୟରେ ପାଠ ପଢିଲେ ଉଚ୍ଚ ଶିକ୍ଷା ପାଇଁ ଥିବା ସୁବିଧା ସୁଯୋଗ ବିଷୟ ପ୍ରକାଶ କରିଥିଲେ। ଏଥିସହ ମାତା, ପିତା ଓ ଶିକ୍ଷାଦାତାଙ୍କୁ ସର୍ବଦା ସମ୍ମାନ ଜଣାଇବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୋଷାକ ଓ ଜୋତା ବଣ୍ଟନ ମେଳାରେ ସମ୍ମାନୀତ ଅତିଥିଭାବେ ଏସଏମସି ସଭାପତି ଡାକ ପ୍ରଧାନ ଯୋଗଦେଇଥିଲେ। ଅତିଥି ଓ ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ଶିକ୍ଷକ ଗୋପାଳ କୃଷ୍ଣ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଖଦାଳ ରାଉତ, ସୁଦେଷ୍ଣା ପ୍ରଧାନ, ଭାଗ୍ୟଲକ୍ଷ୍ମୀ ସାହୁ, ବିରଞ୍ଚିନାରାୟଣ ମାନସିଂ, କେଶବ ଡାକୁଆ, ଶୁଭସ୍ମିତା ତ୍ରିପାଠୀ ଓ ସୁବୀର ବେହେରା ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ