ଦେଶୀ ବନ୍ଧୁକ ସହ ତିନି ଲୁଟେରା ଗିରଫ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଲୁଟ୍ ଘଟଣାର ତଦନ୍ତ କରି ଆଜି ଗାଙ୍ଗପୁର ପୋଲିସ୍ ଘଟଣାରେ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ସୋମବାର ଦିନ ସୋମନାଥପଲ୍ଲୀର ଟୁନା ନାଇକ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ ଯେ ରବିବାର ସନ୍ଧ୍ୟାରେ କଣ୍ଟେଇପଲ୍ଲୀ ନିକଟରେ ତିନିଜଣ ବ୍ୟକ୍ତି ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ପକେଟ୍ ରୁ ୧୨,୬୦୦ ଟଙ୍କା ଛଡ଼ାଇ ନେଇଥିଲେ I ଏନେଇ ଗାଙ୍ଗପୁର ପୋଲିସ୍ ୩୭୦/୨୦୨୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା I ଆଜି ଗାଙ୍ଗପୁର ପୋଲିସ୍ ଘଟଣାରେ ସମ୍ପୃକ୍ତ ଗାଙ୍ଗପୁର ଥାନା ଅନ୍ତର୍ଗତ ଷଡ଼ଙ୍ଗୀପଲ୍ଲୀର ମିଥୁନ୍ ନାଇକ ,ସଞ୍ଜୟ ନାଇକ ଏବଂ ବୁଗୁଡ଼ା ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ରାକେଶ ବିଷୋୟୀକୁ ଗିରଫ କରି କୋର୍ଟଚାଲାଣ କରିଛି I ଗିରଫ ସମୟରେ ସେମାନଙ୍କ ନିକଟରୁ ନଗଦ 10,400 ଟଙ୍କା, ଗୋଟିଏ ସିବିଜେଡ୍ ମୋଟରସାଇକେଲ୍ ଏବଂ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ