ଆଇଏମ୍‌ଆଇ ଭୁବନେଶ୍ୱରରେ ଏଚ୍‌ଆର୍ କନକ୍ଲେଭ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଇଂଟରନ୍ୟାଶନାଲ ମ୍ୟାନେଜମେଂଟ ଇନଷ୍ଟିଚ୍ୟୁଟ (ଆଇଏମ୍‌ଆଇ)ଭୁବନେଶ୍ୱରରେ ଉତ୍ସାହର ସହିତ ‘ରେନଭେଟିଂ ଟ୍ୟାଲେଂଟ ଷ୍ଟ୍ରାଟେଜିସ୍ ଇନ୍ କରେଂଟ ସିନାରିଓ: ଚ୍ୟାଲେଞ୍ଜସ୍ ଆଣ୍ଡ ଅପରଚ୍ୟୁନେଟି’ ଶୀର୍ଷକ ଏକ କନକ୍ଲେଭ ଅନୁଷ୍ଠିତ ହୋଇ ଯାଇଛି । ଏଲ ଆଣ୍ଡ ଟିର ଗ୍ରୁପ୍ ହ୍ୟୁମାନ ରିସୋର୍ସର ସିଇଓ ଏବଂ ଏମଡିଙ୍କ ଉପଦେଷ୍ଟା ଯୋଗୀ ଶ୍ରୀରାମ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଆରମ୍ଭରେ, ଭୁବନେଶ୍ୱର ଇଂଟରନ୍ୟାଶନାଲ ମ୍ୟାନେଜମେଂଟ ଇନଷ୍ଟିଚ୍ୟୁଟ (ଆଇଏମ୍‌ଆଇ)ର ନିର୍ଦ୍ଦେଶକ ପ୍ରଫେସର ରମେଶ ବେହେଲ ଏହି କନକ୍ଲେଭକୁ ଉଦଘାଟନ କରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରଫେସର ବେହଲ କହିଲେ, ସଂଗଠନଗୁଡ଼ିକ ଶୀଘ୍ର ପରିବର୍ତନ ହେଉଥିବାରୁ ବ୍ୟବସାୟିକ ନେତାମାନେ ଅଭିନବ ଚିନ୍ତାଧାରାକୁ ପୂର୍ବାବଲୋକନ କରିବା ଏବଂ ଏକ ସଂସ୍ଥାର ଅଭିବୃଦ୍ଧି ପାଇଁ ନୂତନ ମାନସିକତା ପ୍ରତିପୋଷଣ କରିବାର ଆବଶ୍ୟକତା ରହିଛି । ଯୋଗୀ ଶ୍ରୀରାମ ତାଙ୍କ ମୁଖ୍ୟ ବକ୍ତବ୍ୟରେ ପ୍ରତିଭା ପରିଚାଳନା ଏବଂ ସାମାଜିକ ଅନୁକୂଳତାର ଶକ୍ତି ଉପରେ ଆଲୋଚନା କରିଥିଲେ । ଏହି କନକ୍ଲେଭରେ ଟିଏ ଅଫ୍ ଇର୍ନେଷ୍ଟ ଆଣ୍ଡ ୟଙ୍ଗ୍ ନ୍ୟାଶନାଲ ହେଡ ଏବଂ ନିର୍ଦ୍ଦେଶକ ସୁଶ୍ରୀ ଅଂଶୁଳା ବର୍ମା, ଡାବରର ନର୍ଥ ରେଜିଓନାଲ ମ୍ୟାନେଜର ଏଚଆର ଦେବରାଘ ଦେବ, ନେଷ୍ଟଲେର ଇଷ୍ଟ୍ ସିନିଅର ମ୍ୟାନେଜର ସୌରଭ କୁମାର ଦାସ, ଫୁରେଲଟୋନ୍ ଇଣ୍ଡିଆର ବରିଷ୍ଠ ଉପସଭାପତି ଏଚଆର୍ ଶୋମିକ୍ ଚୌଧୁରୀ, ଫୋକସଡ୍ ମାଇଣ୍ଡସ୍ କନସଲଟିଂର ପ୍ରତିଷ୍ଠାତା ସିଇଓ ସତ୍ୟଜିତ୍ ସେନାପତି, ଆଇଏମଏଫଏର ଏଲ ଆଣ୍ଡ ଡି ସିନିଆର ମ୍ୟାନେଜର ଏବଂ ଇନ୍ ଚାର୍ଜ ଅଜିତ କର, ଫୁରେଲଟୋନ୍ ଇଣ୍ଡିଆର ଏଚଆର୍ ବିଜନେସ୍ ପାର୍ଟନର ଏବଂ ନିର୍ଦ୍ଦେଶକ ଆଶିଷ କାପୁର, ଆକ୍ସିସ୍ ବ୍ୟାଙ୍କ ଡିଭିପି ଏଚଆର ସୁଶ୍ରୀ ଅର୍ପିତା ମୁଖାର୍ଜୀ, ଇୱାଇ ଜିଡିଏସ୍‌ର ଜିଡିଏସ୍ କନସଲ୍ଟିଂ ସହକାରୀ ନିର୍ଦ୍ଦେଶକ ସୌଗାତା ଗୁହା ରାୟ, ଏଭିପି ଏଚଆର ରାକେଶ ପ୍ରସାଦ, ତତ୍ୱ ଟେକ୍ନୋଲୋଜିସ୍‌ର ପ୍ରତିଷ୍ଠାତା ଏମ୍‌ଡି ଅୟସକାନ୍ତ ମହାନ୍ତି, ଏଡବ୍ଲ୍ୟୁଏସ୍ ବିଜନେସ୍ ୟୁନିଟ୍‌(ଟିସିଏସ୍‌)ର ଡେପୁଟି ଏଚଆର୍ ହେଡ୍ ପୁଣ୍ୟତୋୟା ପାଣିଗ୍ରାହୀ ପ୍ରମୁଖ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ‘ଦ ଚ୍ୟାଲେଞ୍ଜସ୍ ଅପ୍ ଅନଲାଇନ ଟ୍ୟାଲେଂଟ ଆକ୍ୟୁଜେଶନ ଆଣ୍ଡ ହାୱ ଟୁ ଡିଲ୍ ୱିଥ୍ ଦେମ୍‌’ ଶୀର୍ଷକ ଏକ ପ୍ୟାନେଲ ଆଲୋଚନାରେ ଶିଳ୍ପ ବିଶେଷଜ୍ଞଙ୍କ ସହ ଭାବର ଆଦାନପ୍ରଦାନ କରାଯାଇଥିଲା । ବକ୍ତାମାନେ ୱାକେଶନ ମଡେଲରେ କର୍ମଚାରୀଙ୍କ ହାଇବ୍ରିଡ୍ ଆପ୍ରୋଚ୍ ଇମର୍ଜିଂ ଟ୍ରେଣ୍ଡ୍ କିପରି ସହଯୋଗୀ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । କର୍ମକ୍ଷେତ୍ରର ବିବିଧତା କିପରି ଏକ ଫାର୍ମର କାର୍ଯ୍ୟଦକ୍ଷତାକୁ ଉନ୍ନତ କରେ ସେ ବିଷୟରେ ମଧ୍ୟ ଭାବର ଆଦାନପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ଇଂଟରନ୍ୟାଶନାଲ ମ୍ୟାନେଜମେଂଟ ଇନଷ୍ଟିଚ୍ୟୁଟ (ଆଇଏମ୍‌ଆଇ) ୨୦୧୧ ରେ ପ୍ରତିଷ୍ଠିତ ହୋଇଥିଲା । ଏହା ଏକ ଯୁବ ଅନୁଷ୍ଠାନ ଯାହାକି ଭାରତ ସରକାରଙ୍କ ଏଚଆରଡି ମନ୍ତ୍ରଣାଳୟ ଦ୍ୱାରା ପରିଚଳିତ ନ୍ୟାଶନାଲ ଇନଷ୍ଟିଚ୍ୟୁଶନାଲ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ୍‌) ୨୦୨୨ ରେ ୭୦ତମ ସ୍ଥାନ ହାସଲ କରିଛି । ଇଂଟରନ୍ୟାଶନାଲ ମ୍ୟାନେଜମେଂଟ ଇନଷ୍ଟିଚ୍ୟୁଟ (ଆଇଏମ୍‌ଆଇ) ସମ୍ପ୍ରତି ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ ମ୍ୟାନେଜମେଂଟ (ପିଜିଡିଏମ୍‌) ଏବଂ ଏଫପିଏମ୍ (ପିଏଚଡି ସହିତ ସମାନ) ପ୍ରୋଗ୍ରାମ ପ୍ରଦାନ କରିଥାଏ ଯାହାକି ଏଆଇସିଟିଇ ଦ୍ୱାରା ଅନୁମୋଦିତ । ଫ୍ଲାଗଶିପ ପିଜିଡିଏମ୍ ପ୍ରୋଗ୍ରାମ ଏଏମବିଏ (ଆସୋସିଏଶନ ଅଫ ଏମବିଏ) ଦ୍ୱାରା ସ୍ୱୀକୃତିପ୍ରାପ୍ତ; ଏନବିଏ (ନ୍ୟାଶନାଲ ବୋର୍ଡ ଅଫ୍ ଆକ୍ରିଡେଶନ); ଏନଏଏସି (ନ୍ୟାଶନାଲ ଆସେସମେଂଟ ଆଣ୍ଡ ଆକ୍ରିଡେଶନ କାଉନସିଲ୍‌) ଏବଂ ଏଆଇୟୁ (ଆସୋସିଏଶନ ଅଫ ଇଣ୍ଡିଆନ ୟୁନିଭରସିଟି)ରୁ ସମାନତା ଗ୍ରହଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ