ବୈଜ୍ଞାନିକ ଚିନ୍ତାଧାରାର ବିକାଶ ସଂସ୍କୃତି ସମ୍ବର୍ଦ୍ଧନା କର୍ମଶାଳା

ଛତ୍ରପୁର,: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଂସ୍କୃତି ସମ୍ବର୍ଦ୍ଧନା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ବୈଜ୍ଞାନିକ ଚିନ୍ତାଧାରା ଦ୍ୱାରା ବିଶ୍ୱ ପ୍ରଗତି ସମ୍ଭବ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଶିକ୍ଷା ବିକାଶ ସମିତି ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ ସଂସ୍କୃତି ସମ୍ବର୍ଦ୍ଧନା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ଉପସଭାପତି ପଦ୍ମଚରଣ ସାହୁ, ବରିଷ୍ଠ ଆଚାର୍ଯ୍ୟ ଟି.ସୁରେଶ କୁମାର ଆଚାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ପ୍ରଶ୍ନ ମଞ୍ଚ ଓ ଭାରତର ପ୍ରତିରକ୍ଷାର ବିକାଶ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଶେଷରେ ବରିଷ୍ଠ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ବିଜ୍ଞାନ ଗୁରୁଜୀ ଗୁରୁମା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ