ତେରସ୍ଥାନ ତଲୁକା ମଧୁବୈଶ୍ୟ ଗୁଡ଼ିଆ ସମାଜ ଗଞ୍ଜାମ ର ବାର୍ଷିକ ଉତ୍ସବ ଓ ସଚେତନତା କାର୍ଯ୍ୟକ୍ରମ

ଗଂଜାମ, (ବିନୋଦପଲେଇ):ଗଞ୍ଜାମ ଜିଲ୍ଲା ତେରସ୍ଥାନ ତଲୁକା ମଧୁବୈଶ୍ୟ ଗୁଡ଼ିଆ ସମାଜ ଗଞ୍ଜାମ ର ବାର୍ଷିକ ଉତ୍ସବ ସ୍ଥାନୀୟ ଓଡ଼ିଆ ଢାମଣା ସାହିସ୍ଥିତ ରାମଲିଙ୍ଗେଶ୍ଵର ସ୍ୱାମୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ବାର୍ଷିକ ଉତ୍ସବ ରେ ସଭାପତି ଗୋବର୍ଦ୍ଧନ ସାହୁ ସମାଜର ଗଠନ ଉପରେ ପ୍ରତ୍ୟେକ ଲୋକଙ୍କ ଭୂମିକା କିପରି ଗୁରୁତ୍ୱ ପୂର୍ଣ୍ଣ ରହିଛି ପରାମର୍ଶ ଦେଇଥିଲେ । ସେହିପରି ସମ୍ପାଦକ ଅଜୟ କୁମାର ସାସମାଲ ଶିଶୁ ସୁରକ୍ଷା,,, କନ୍ୟା ଭୃଣ ହତ୍ଯା ,,ବାଲ୍ୟ ବିବାହ ର ଉଛେଦ ର ଆଲୋଚନା କରିଥିଲେ । ,ତତ ସହିତ ବୟୋଜ୍ୟେଷ୍ଠ ଲୋକଙ୍କୁ ସଂମାନିତ କରାଯାଇଥିଲା । ମଞ୍ଚାସିନା ଅତିଥି ଭାବେ ବ୍ରହ୍ମପୁର ମଣ୍ଡଳ ମଧୁବୈଶ୍ୟ ସମାଜର କର୍ମକର୍ତ୍ତା ଶ୍ରୀ। ରାଜେନ୍ଦ୍ର ସାହୁ ନିଜର ବକ୍ତବ୍ୟ ରଖିଥିଲେ । ସଭାପତି ଗୋବର୍ଦ୍ଧନ ସାହୁ,,ଉପସଭାପତି ପ୍ରକାଶ ଚନ୍ଦ୍ର ସାହୁ,, ସମ୍ପାଦକ ଅଜୟ କୁମାର ସାସମଲ,, ସହ ସମ୍ପାଦକ ସନ୍ତୋଷ କୁମାର ସାହୁ,କୋଷାଧ୍ୟକ୍ଷ ବିଜୟ ସାହୁ,,,ସଭ୍ୟ ବୈରୀ ରଞ୍ଜନ ସାହୁ,,,ବିନାୟକ ସାହୁ,,,ଜୟ କୃଷ୍ଣ ସାହୁ,,,ସୁଦର୍ଶନ ସାହୁ,,,ଜୟ କୃଷ୍ଣ ସାସମଲ,,, ପ୍ରଦୀପ କୁମାର ସାସମଲ ଉପସ୍ଥିତ ଥିଲେ । କୁନି କୁନି ପିଲା ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଓ କୃତି ଛତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ସମସ୍ତ ପରିବାର ବର୍ଗ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ବାର୍ଷିକ ବିବରଣୀ ପାଠ କରାଯାଇଥିଲା ।ଭଗବାନ ସାହୁ,,,ଦିଲ୍ଲୀପ ସାହୁ,,,ବାବୁଲା ସାହୁ,,,,କୃଷ୍ଣ ସାହୁ,,କେଦାର ନାଥ ସାହୁ ପରିଚାଳନା ଦାୟିତ୍ବ ରେ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ