ଗଞ୍ଜାମ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମଙ୍କୁ ଅଭିନନ୍ଦନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କୁ ବିଭିନ୍ନ ସ୍ତରରେ ଅଭିନନ୍ଦନ ପ୍ରଦାନ କରାଯାଇଛି। ଡିପିଏମ ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟଦକ୍ଷତା ଓ ସମନ୍ୱୟ ସହଯୋଗ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ପାଇଁ ୩ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ରହ୍ମପୁର ମହାନଗର ର ୩ ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ମାନ ଜନକ ନେସନାଲ କ୍ବାଲିଟ ଆସୁରେନ୍ସ ଷ୍ଟାଣ୍ଡାଡ୍ସ ( NQAS) ସାର୍ଟିଫିକେଟ ମିଳିଥିବା ବେଳେ ଏହା ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ଗର୍ବ ଓ ଗୌରବ ଆଣିପାରିଛି। ଗ୍ରାମାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ କେନ୍ଦ୍ରୀୟ NQAS ଟିମ ସମଗ୍ର ଓଡ଼ିଶାରେ ୯ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉତ୍ତମ ଗୁଣବତ୍ତା ପ୍ରମାଣ ପତ୍ର ପ୍ରଦାନ କରିଥିବା ବେଳେ ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ସହ ୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଅଛି। ସେହି ତିନୋଟି ହେଲା ଗୌଡ଼ଗୋଠ ସ୍ୱାସ୍ଥ୍ୟ କେନ୍ଦ୍ର ୯୫ %, ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ର ୯୦ % ଓ ଭଞ୍ଜବିହାର ସ୍ୱାସ୍ଥ୍ୟ କେନ୍ଦ୍ର ୮୪.୮ % । ସେହିପରି ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ବ୍ରହ୍ମପୁର ମହାନିଗମର ଗୁଡସ ସେଡ ରୋଡ଼, ବୈକୁଣ୍ଠ ନଗର ଓ ଉତ୍ତରାମୁଖୀ ତିନି ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ NQAS ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଗୁଣବତ୍ତା ପ୍ରମାଣ ପତ୍ର ପାଇବା ପରେ ଏହି ୬ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କେନ୍ଦ୍ରୀୟ ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉତ୍ତମ ଗୁଣବତ୍ତା ପ୍ରମାଣ ପତ୍ର ପାଇବା ପାଇଁ ସାମୁହିକ ଉଦ୍ୟମ ହୋଇଥିବା ବେଳେ ଏହି କାର୍ଯ୍ୟରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (DPM)ଙ୍କ ଅବଦାନ ଗୁରୁତ୍ତ୍ୱପୂର୍ଣ୍ଣ। ସେଥିପାଇଁ ରାଜ୍ୟ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଡ଼ାଇରେକ୍ଟର ଶାଳୀନ ପଣ୍ଡିତ, ସହଯୋଗ, ବୈଷୟୀକ ସମର୍ଥନ ଓ ଗୋଷ୍ଠୀ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲା ଡି.ପି.ଏମ. ଶ୍ରୀ ତ୍ରିପାଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ମାଣିତରା ଅଞ୍ଚଳ ବୁଦ୍ଧିଜୀବୀ ବୃନ୍ଦ ମଧ୍ୟ ଶ୍ରୀତ୍ରିପାଠୀଙ୍କ ସମେତ ବୁଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ କର୍ମଚାରୀ ଏବଂ ମାଣିତରା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ