ଯୋଡାରେ ରାଜ୍ୟସ୍ତରୀୟ କ୍ୟାରେମ ଚାମ୍ପିଆନସିପ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ଠାରେ ସ୍ୱର୍ଗତ ସଞ୍ଜୀବ କୁମାର ସେନଗୁପ୍ତା ଓ ଏନ.ଭି.ଭି.କେ ରାଓ ସ୍ମାରକୀ ରାଜ୍ୟସ୍ତରୀୟ କ୍ୟାରେମ ଚାମ୍ପିଆନସିପ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ସହରର କଲ୍ୟାଣମଣ୍ଡପ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ଯୋଡା ପୌରାଧ୍ୟକ୍ଷ ଡଃ ଜଗଦୀଶ ପ୍ରସାଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଡା ଟାଟାଷ୍ଟିଲ ମୁଖ୍ୟ ସରୋଜ ବାନାର୍ଜୀ,ଟାଟାଷ୍ଟିଲ ମାନବ ସମ୍ବଳ ଅଧିକାରୀ ଚନ୍ଦନ ମିଶ୍ର,ଚିଫ ରେଫରୀ (ଓଏସସିଏ) ସୁନୀଲ ପଟ୍ଟନାୟକ,କ୍ୟାରେମ ଟୁର୍ଣ୍ଣାମେଣ୍ଟ ନିଦେ୍ର୍ଦଶକ ରବୀନ୍ଦ୍ରନାଥ ଓଝା,ଯୋଡା ଇଷ୍ଟ ମଜଦୁର ୟୁନିୟନ ସମ୍ପାଦକ ରଣଜୀତ କୁମାର ଦାସ ରୂପେ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଉଦଘାଟନୀ ମ୍ୟାଚରେ ୨୮ ଜଣ ଖେଳାଳୀ ପ୍ରଥମେ ଖେଳ ପ୍ରଦର୍ଶନ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା କଟକ,ପୁରୀ,ବାଲେଶ୍ୱର,କଳାହାଣ୍ଡି,କନ୍ଧମାଳ,ଯାଜପୁର,ଅନୁଗୁଳ,ଜଗତସିଂହପୁର,ମୟୂରଭଞ୍ଜ,ସୁନ୍ଦରଗଡ, ଜଟଣା, ଖୋର୍ଦ୍ଧା, କେନ୍ଦୁଝର ଓ ଭୁବନେଶ୍ୱର ପ୍ରଭୃତି ଅଞ୍ଚଳରୁ ଖେଳାଳୀ ମାନେ ଯୋଡାରେ ରହି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟକୁ ଅନ୍ତର୍ଜାତୀୟ ସ୍ତରର ଖେଳାଳୀ ଭି.ଆକାଶ,ଜେ.ପି.ଦାସ ସମେତ ଜାତୀୟସ୍ତରର ଖେଳାଳୀ ତ୍ରିନାଥ ବେହେରା,କେ.ଭିମାୟା,ଜିତୁ ରାଉତରାୟ,ସିପୁ ସାମନ୍ତରାୟ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟର ବିଶେଷ ଆକର୍ଷଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଜିଲ୍ଲା କ୍ୟାରେମ ଆସୋସିଏସନର ଅଧ୍ୟକ୍ଷ ମାନସ ରଂଜନ ମହାନ୍ତି ଓ ପ୍ରକାଶ କୁମାର ମହାନ୍ତି,ଅର୍ଗାନାଇଜିଂ ସେକ୍ରେଟାରୀ ହେମନ୍ତ ପାତ୍ର,ବବି ରାୟ,ସୁବାଷ ସେନଗୁପ୍ତା ପ୍ରମୁଖ ସହଯୋଗ କରିଥିଲେ । ଏହି ଆୟୋଜନକୁ ପୂର୍ବତନ କ୍ୟାରେମ ଖେଳାଳୀ ସ୍ୱର୍ଗୀୟ ସଞ୍ଜୀବ କୁମାର ସେନଗୁପ୍ତା,ଏନ.ଭି.ଭି.କେ ରାଓଙ୍କ ସ୍ମୃତି ଉଦେ୍ଦଶ୍ୟରେ ଉସôର୍ଗ କରାଯାଇଥିଲା । ଏହି ଖେଳକୁ ଦେଖିବା ପାଇଁ ବହୁସଂଖ୍ୟାରେ କ୍ୟାରେମ ପ୍ରେମୀ ଦର୍ଶକ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉସôାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟଆସନ୍ତା ୪ ତାରିଖ ଦିନ ଉଦଯାପିତ ହେବ ।


