ଚାଷୀ ପଞ୍ଜିକରଣ ପ୍ରଶିକ୍ଷଣ କର୍ମଶାଳା ‌

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗ ସଭାଗୃହ ମଧ୍ୟରେ ଆଜି ଏକ ଚାଷୀ ପଞ୍ଜିକରଣ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି କୃଷକ ଓଡିଶା ପୋର୍ଟାଲ ରେ କେଉଁଭଳି ଚାଷୀ ପଞ୍ଜିକରଣ କରାଯିବ ସେ ସମ୍ବନ୍ଧୀୟ ଜ୍ଞାନ କୌଶଳ ବିଷୟରେ ଉପସ୍ଥିତ ମୋ ସେବା କେନ୍ଦ୍ର ପରିଚାଳକଙ୍କୁ ସୂଚନା ଦିଆଯାଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରଜତ କୁମାର ରାୟ, ସହକାରୀ କୃଷି ନିର୍ଦେଶକ ଶ୍ରୀଧର ଦାସ, ଭାସ୍କର ଚନ୍ଦ୍ର ଦାସ, ଦେବାଶିଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କର୍ମଶାଳାକୁ ମାନସ ରଞ୍ଜନ ମହାପାତ୍ର, ମାନସ ରଞ୍ଜନ ଜେନା, ଅବିନାଶ ମହାପାତ୍ର, ମମତା ମଞ୍ଜରୀ ସେଠୀ, ନିରୂପମା ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ