ଦୁର୍ଘଟଣାରେ ଯୁଵକ ଗୁରୁତର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ୧୬ନମ୍ଵର ଜାତୀୟ ରାଜପଥର ପାଳଦା ଚକବନ୍ଦୀ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଯାଜପୁର ଜିଲ୍ଲା କଟିକଟା ଗ୍ରାମର ପ୍ରଭାକର କରଙ୍କ ପୁଅ ପ୍ରକାଶ (୪୦) ଆଜି ଦିନ ପ୍ରାୟ ୨.୩୦ମିନିଟ ସମୟରେ ଓଡ଼ି ୩୪ଏନ୮୦୪୪ମୋଟର ସାଇକେଲ ଯୋଗେ ଭଣ୍ଡାରିପୋଖରୀ ବଜାର ଠାରୁ କଖରାପୋଖରୀ ଯାଉଥିଲେ। ଏହି ସମୟରେ ଓଡି ୦୨ଵିଏମ୬୫୭୩ ପିକଅପ ଭ୍ୟାନଟି ଦ୍ରୁତ ଗତିରେ ଆସି ପ୍ରକାଶଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ସ୍ଥାନୀୟ ଲୋକମାନେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ପ୍ରକାଶଙ୍କୁ ଯାଜପୁର ପଠାଯାଇଥିବା ଜଣାପଡିଛି। ପୋଲିସ ପିକଅପ ଓ ମୋଟରସାଇକେଲ କୁ ଜବତ କରିଥିବା ସୂଚନା ମିଳିଛି।


