ପାଲୁର ଜଙ୍କସନ ଠାରେ ଭାରତ କ୍ଲିନିକର ଶୁଭାରମ୍ଭ
ଗଞ୍ଜମ, (ବିନୋଦ ପଲେଇ):ଗଞ୍ଜାମ ବ୍ଲକ ଅଧିନସ୍ଥ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ପାଲୁର ଜଙ୍କସନ ଠାରେ ବ୍ରହ୍ମପୁର ଭାରତ କ୍ଲିନିକର ଏକ ଶାଖା ଉଦଘାଟିତ ହୋଉଯାଇଛି ।ଏହି ଉତ୍ସବରେ ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ,ବାଳକୃଷ୍ଣ ମହାରଣା,ପୂର୍ବତନ ସରପଞ୍ଚ କେଦାର ନାଥ ସ୍ୱାଇଁ ,ପାଳିବନ୍ଧ ପୂର୍ବତନ ସରପଞ୍ଚ ଶ୍ରୀ ଦିଲ୍ଲୀପ ଛୋଟରାୟ,ସମାଜସେବୀ ଶ୍ରୀ ଯଯାତି କିଶୋର ନାୟକ,ଗଞ୍ଜାମ ଏନଏସି ପୂର୍ବତନ କାଉନସିଲର ଦୁର୍ଗମାଧବ ପାଣିଗ୍ରାହୀ, ସାମ୍ବାଦିକ ସୁଜିତ କୁମାର ବେହେରା,ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା,ଗୋଲକ ସାହୁ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବହେଳିତ ଏହି ଅଂଚଳରେ ଏହିଭଳି ଏକ କ୍ଲିନିକର ଆବଶ୍ୟକତା ଥିବା ଉଲ୍ଲେଖ କରିଥିଲେ ।ଏହାର ପ୍ରତିଷ୍ଠାତା ସମାଜସେବୀ ଶ୍ରୀ ପୁର୍ଣଚନ୍ଦ୍ର ପଣ୍ଡାଙ୍କର ଏଭଳି ଏକ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏହି ଅଂଚଳର ସାଧାରଣ ସ୍ୱାସ୍ଥ୍ୟ ଗତ ସମସ୍ୟାର ସମାଧାନରେ ସହାୟତା ହୋଇ ପାରିବ ବୋଲି ଆଶାବ୍ୟକ୍ତ କରିଥିଲେ ।ଏହି କ୍ଲିନିକର ରୋଗୀମାନଙ୍କର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜର ଭେଷଜ ଡ଼.ଧବଳେଶ୍ବର ମେହେର,ଅସ୍ଥି ଶଲ୍ୟ ବିଶେଷଜ୍ଞ ଡ଼. ସତୀଶ ମହାପାତ୍ର,ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼.ଶୁଭ୍ରା ପାଳ,ଶିଶୁ ରୋଗ ବିଶେଷଜ୍ଞ ଡ଼.ମାନସ ରଞ୍ଜନ ଦାସ ପ୍ରତି ସପ୍ତାହରେ ଯୋଗଦେବା ପାଇଁ ସମ୍ମତି ପ୍ରକାଶ କରିଥିବା ପ୍ରୋପିଟର ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଏହି ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସକାଶେ ଖୋଲା ଯାଇଥିବାରୁ ଅଂଚଳ ବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।


