ଆଜାଦି କି ଅମୃତ ମହୋତ୍ସବ ଉଦଯାପିତ ୧ନଂ ପୌର ପରିଷଦ ପାଇଁ ଆହ୍ୱାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଉତ୍ସବ ପାଳନ ଅବସରରେ ଆଜାଦି କି ଅମୃତ ମହୋତ୍ସବ ସକାଶେ ୩ ଦିନ ବ୍ୟାପି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଶୁକ୍ରବାର ମହୋତ୍ସବର ଅନ୍ତିମ ଦିବସ ମହାଆଡମ୍ବରରେ ସହକାରେ ପାଳନ କରାଯାଇଛି। ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସ୍ଥାନୀୟ ପୈାରାଞ୍ଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର କୁନି ଶିଶୁ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ପୌରାଧ୍ୟକ୍ଷ ପୋଲାଇ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ବୃନ୍ଦ ମିଶନ ଶକ୍ତି ମେଳା ଓ ଗାନ୍ଧିଜୀଙ୍କ ପଟ୍ଟଚିତ୍ର ପ୍ରଦର୍ଶନୀ ଷ୍ଟଲର ଶୁଭ ଉଦଘାଟନ କରିଥିଲେ । ପରେ ଅନୁଷ୍ଠିତ ଫୋଟ ଚିତ୍ର ଓ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ । ମହାତ୍ମା ଗାନ୍ଧୀଙ୍କ ଜୀବନଶୈଳୀ ଉପରେ ପ୍ରସ୍ତୁତ ପଟ୍ଟଚିତ୍ର ପ୍ରଦର୍ଶନୀ ଆୟୋଜନ ସକାଶେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାର ରବି ନାରାୟଣ ବେହେରାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ସ୍ବୟଂ ଶାସିତ ମହାବିଦ୍ୟାଳୟ+୨ ବିଜ୍ଞାନ ଟପ୍ପର ସଂଗ୍ରାମ ପାତ୍ର, ବାଣିଜ୍ୟ ଟପ୍ପର ଛାତ୍ରୀ ଲିଜା ପାଣିଗ୍ରାହୀ ଓ କଳା ଟପ୍ପର ଭାବେ ପିଙ୍କି ସେଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବକୃତା(କନିଷ୍ଠ ବିଭାଗ) ପ୍ରତିଯୋଗୀତାରେ ପ୍ରଜ୍ଞା ବିଷୋୟୀ, ରିସବରାଜ ପାଢି ଓ ପୁନମ ପ୍ରହରାଜ ଏବଂ ବରିଷ୍ଠ ବିଭାଗରେ ଶୁଭ୍ରାଂଶୁ ଶେଖର ପଣ୍ଡା, ତନିସା ରାଣୀ ସ୍ବାଇଁ ଓ ଶ୍ରୀୟା ସରଗମ ସ୍ବାଇଁଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରବନ୍ଧ (କନିଷ୍ଠ) ପ୍ରତିଯୋଗିତାରେ ଅର୍ଚ୍ଚନା ଶର୍ମା, ସାଇନା ମିଶ୍ର ଓ ପ୍ରିତି ସାମନ୍ତ ଏବଂ ବରିଷ୍ଠ ବିଭାଗରେ ଶ୍ରୀୟା ସରଗମ ସ୍ବାଇଁ, ରୀତୁପର୍ଣ୍ଣା ମହାନ୍ତି ଓ ଶ୍ରୀୟାଶୁ ରଥଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ସଙ୍ଗୀତ (କନିଷ୍ଠ) ପ୍ରତିଯୋଗିତାରେ ଶ୍ରୀୟାଶୁ ସାହୁ, ସଂସ୍କୃତି ନାୟକ ଓ ନିତିଶ କୁମାର ପାଢି ଏବଂ ବରିଷ୍ଠ ବିଭାଗରେ ଆୟୁଶ ପ୍ରଧାନ, ଶ୍ରୀୟଂସୁ ରଥ ଓ ସ୍ମୃତି ସ୍ବାଇଁଙ୍କୁ ପୁରସ୍କୃତ କରାଯାଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ବାତିଶ୍ରୀ ଦାସ, ତ୍ରିନାଥ ମଳିକ ଓ ଶୁଭମ୍ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ମିଶନ ଶକ୍ତି ଗୋଷ୍ଠୀ ମଧ୍ୟରେ ପରିମଳ ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଗୋପାଳ କ୍ରିଷ୍ଣା ଏସଏଚଜି, ସୁଶମା ଏସଏଚଜି ଓ ମା ତାରାତାରିଣୀ ଏସଏଚଜି ଗୋଷ୍ଠୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ହିଞ୍ଜିଳିକାଟୁ ଅଞ୍ଚଳର ନିତ୍ୟମ ଅନୁଷ୍ଠାନ ଓ ପୁରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଅନୁଷ୍ଠାନ ପକ୍ଷରୁ ଗୋଷ୍ଠୀ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା, ଥାନା ଆଇଆଇସି ଅଭିମନ୍ୟୁ ଦାସ,ନଗର ବିଜେଡି ସଭାପତି ଭୀମସେନ ବେହେରା, ପବିତ୍ର ମୋହନ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ଦେବାନନ୍ଦ ମହାପାତ୍ର, ଅଜୟ ମହାରଣା, ପ୍ୟାରୀୀମୋହନ ପାଢି, କିରଣ ପଟ୍ଟନାୟକ, ନିଳମଣି ପଟ୍ଟନାୟକ, ପ୍ରଦିପ କୁମାର ପଣ୍ଡା,ଅଗ୍ନିଶମ କେନ୍ଦ୍ର ଅଧିକାରୀ ଗୌତମ ସାହୁ, ସମସ୍ତ କାଉନସିଲରଙ୍କ ସମେତ ସହରରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପୈାର ଯନ୍ତ୍ରୀ ପ୍ରମୋଦ ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲିପ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ପୈାର କର୍ମଚାରୀ ସହଯୋଗ କରିଥିଲେ।


