ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି କରିବା ଦାବୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଶିକ୍ଷା ସମସ୍ତଙ୍କର ମୈାଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ । ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀର ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ଅଛି । ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ ନିଯୁକ୍ତି ସମେତ ୧୦ଦଫା ଦାବୀ ନେଇ ଶନିବାର ଓଡିଶା ସ୍ପେସିଆଲ ଏଜୁକେଟର ଫେଡେରସନ ଫର ଦିବ୍ୟାଙ୍ଗ ସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରରେ ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଓଡିଶା ସ୍ପେସିଆଲ ଏଜୁକେଟର ଫେଡେରସନ ଫର ଦିବ୍ୟାଙ୍ଗ ସଂଘ ଗଂଜାମ ଜିଲ୍ଲା ଶାଖାର ସଭାପତି ନୃସିଂହ ଡାକୁଆ, ଉପସଭାପତି ଅର୍ଚ୍ଚନା ରାଣୀ ପଣ୍ଡା, ସମ୍ପାଦକ ସୁନିଲ କୁମାର ସେଠୀ, ସହ-ସମ୍ପାଦକ ସ୍ୱାଧୀନ ପଲାଇ, ଆଇଟି ସେଲ ସଂଯୋଜକ କୃତିବାସ ପଣ୍ଡାଙ୍କ ସମେତ ସଂଘର ବହୁ ସଦସ୍ୟ/ ସଦସ୍ୟା ମାନେ ଉପସ୍ଥିତ ଥିଲେ । ପରେ ସେମାନେ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ