ବିଦ୍ୟାଦାତାଙ୍କ ଉତ୍ସବରେ ବିଦ୍ୟାର୍ଥୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୁଇବର୍ଷର ବ୍ୟବଧାନ ପରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ମହାପ୍ରଭୁ ଶ୍ରୀ ଗଶେଶଙ୍କ ପୂଜା ସ୍ମାର୍ଟନଗରୀ ଭୁବନେଶ୍ୱର ସମେତ ରାଜଧାନୀ ଉପକଣ୍ଠରେ ମହାଆଡ଼ମ୍ବର ରୂପେ ପାଳନ ହେଉଥିବା ସମୟରେ ରାଜଧାନୀ ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି । ଗଳି କନ୍ଦିରେ ରଙ୍ଗୀନ ଆଲୋକମାଳା ସହ ସୁସଜ୍ଜିତ ତୋରଣରେ ଝଲସୁଥିବା ବେଳେ ଯୁବ ଅନୁଷ୍ଠାନ, କ୍ଲବ ଇତ୍ୟାଦି ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଛି । ସବୁଠି ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳୁଥିବା ବେଳେ ସହରର କିଛି ସାମାଜିକ କର୍ମୀ ଏକତ୍ରିତ ହୋଇ ଏହି ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ଉତ୍ସବରେ ସହର ଉପକଣ୍ଠରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ, କୃଷ୍ଣନଗରର ୪୫ଜଣ ଗରିବ ଆଦିବାସୀ ବିଦ୍ୟାର୍ଥୀଙ୍କୁ ଖାତା, ପେନ୍‌ସିଲ୍‌, ରବର୍ ପେନ୍ ଇତ୍ୟାଦି ପାଠ୍ୟ ଉପକରଣ ଯୋଗାଇ ଦେଇଛନ୍ତି । ଯାହା ସେମାନଙ୍କୁ ପାଠ ପଢିବାରେ ବେଶ୍ ସହାୟକ ହୋଇପାରିବ ବୋଲି କର୍ମୀମାନେ ମତପ୍ରକାଶ କରିଛନ୍ତି । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜ୍ୟୋତିର୍ବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ବିଦ୍ୟାଳୟର ଶିକ୍ଷକ ତ୍ରୈଲୋକ୍ୟ ନାଥ ପାତ୍ର, ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା, ବାପିନା ନାୟକ ପ୍ରମୁଖ ଉପସ୍ଥିତ ରହି ପାଠ୍ୟ ଉପକରଣ ବଣ୍ଟନରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ