ପାୱାର ଷ୍ଟାର ପବନ କଲ୍ୟାଣଙ୍କ ୫୧ ତମ ଜନ୍ମଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ତେଲୁଗୁ ଚଳଚିତ୍ର ଜଗତର ଲୋକପ୍ରିୟ ହିରୋ ପାୱାର ଷ୍ଟାର ଭାବେ ପ୍ରଖ୍ୟାତ ପବନ କଲ୍ୟାଣଙ୍କ ୫୧ ତମ ଜନ୍ମ ଦିବସ ଗତକାଲି ସନ୍ଧ୍ୟାରେ ପାରଳାଖେମୁଣ୍ଡିଠାରେ ପାଳିତ ହୋଇଯାଇଛି. ପାରଳାଖେମୁଣ୍ଡି ମେଗା ଫ୍ୟାନ୍ସ ଆସୋସିଏସନ ତରଫରୁ ଗତକାଲି ସ୍ଥାନୀୟ କୁଷ୍ଠାଶ୍ରମରେ ଏହି ଜନ୍ମଦିବସକୁ ପାଳନ କରାଯାଇଛି. ଓଡିଶା ରାଜ୍ୟ ମେଗାଫ୍ୟାନ୍ସ ଆସୋସିଏସନର ସାଧାରଣ ସମ୍ପାଦକ ଏ. ରାମୁ ଏହି ଜନ୍ମ ଦିବସରେ କେକ୍କୁ କାଟି ଫ୍ୟାନ୍ସର ସମସ୍ତ ପ୍ରତିନିଧିଙ୍କ ସମେତ କୁଷ୍ଠାଶ୍ରମର ସଦ୍ୟସମାନଙ୍କୁ ପ୍ରଦାନ କରିଥିଲେ. ପରେ କୁଷ୍ଠ ଆଶ୍ରମରେ ରହୁଥିବା ସମସ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଗୋଟାଏ ଲେଖାଏଁ କିଟ ଆସୋସିଏସନ ତରଫରୁ ପ୍ରଦାନ କରାଯାଇଥିଲା. ଏଥିସହ ପାୱାର ଷ୍ଟାର ପବନ କଲ୍ୟାଣଙ୍କ ଅଭିନୀତ କେତେକ ଲୋକପ୍ରିୟ ଚଳଚ୍ଚିତ୍ରର ଗୀତକୁ ବଜାଇ ଫ୍ୟାନ୍ସମାନେ ଆନନ୍ଦରେ ନାଚିଥିଲେ. ଏହି ସମସ୍ତ କାର୍ଯ୍ୟକ୍ରମକୁ ଆସୋସିଏସନର ଶ୍ୟାମ, କ୍ରିଷ୍ଣା, ଧର୍ମା ମିଶି ଚନ୍ଦନ ଜିବା ପ୍ରମୁଖ ପରିଚାଳନା କରିଥିଲେ.