ଅଭିଯୁକ୍ତ ସ୍ଵାମୀ ଗଲେ ଜେଲ ; ଯୌତୁକ ପାଇଁ ମହିଳା ଙ୍କୁ ହତ୍ୟା ଉଦ୍ୟମ ଘଟଣା   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମର ସଞ୍ଜୟ କୁମାର ପ୍ରଧାନ ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଥାନା ମାମଲା ନଂ.୩୧୫/୨୨ ଦଫା – ୩୦୭/୩୨୩/୩୨୬/୩୫୪(ଖ)୪୯୮(କ)/୫୦୬/୩୪ ଆଇ ପି ସି ସମେତ ଯୌତୁକ ନିରୋଧ ଆଇନ ର ଧାରା – ୪ ଅନୁଯାୟୀ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ କୁ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟା ରେ ସଞ୍ଜୟ ତାଙ୍କ ସ୍ତ୍ରୀ ରିତା ଙ୍କୁ ସାନି ଟାଇଜର ଢାଳି ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ।କିନ୍ତୁ ରିତା କୌଶଳକ୍ରମେ ନିଆଁ କୁ ଲିଭାଇ ଘରୁ ଦୌଡ଼ି ଦୌଡ଼ି ଗାଁ ର ଅନ୍ୟ ସାହି ରେ ରହୁଥିବା ତାଙ୍କ ମାଉସୀ ଘରକୁ ଚାଲି ଯାଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡିଛି।ଏନେଇ ରିତା ଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଗତ ୨୦୧୮ ଏପ୍ରିଲ ୨୦ ତାରିଖରେ ପୁରୁଷୋତ୍ତମପୁର ଥାନା ସାହାପୁର ଗ୍ରାମର ଛେନା ପ୍ରଧାନ ଙ୍କ କନ୍ୟା ରିତା ମହୁଡ଼ା ଗ୍ରାମ ର ସ୍ବର୍ଗତ ବାମ ଚରଣ ପ୍ରଧାନ ଙ୍କ ପୁତ୍ର ସଞ୍ଜୟ ଙ୍କୁ ବିବାହ କରିଥିଲେ।ବିବାହ ସମୟରେ ସ୍ଵାମୀ ଏବଂ ତାଙ୍କ ପରିବାର ଲୋକଙ୍କ ଦାବି ପ୍ରକାରେ ନଗଦ ୧ଲକ୍ଷ ୭୫ ହଜାର ଟଙ୍କା,ସୁନା ଅଳଙ୍କାର ଏବଂ ସମସ୍ତ ଘରକରଣା ସାମଗ୍ରୀ ଦିଆଯାଇଥିଲା।ବିବାହର ୧୦ ଦିନ ପରେ ଅଧିକା ୩ ଲକ୍ଷ ଟଙ୍କା ଯୌତୁକ ସ୍ଵାମୀ ଓ ଶାଶୁ କନକ ପ୍ରଧାନ ମାଗିବା ସହ ରିତା ଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ।ହନିମୁନ ପାଇଁ ଉଭୟେ ଦାର୍ଜିଲିଂ ଯାଇଥିଲେ। ସେଠାରେ ମଧ୍ୟ ସ୍ଵାମୀ ସଞ୍ଜୟ ସ୍ତ୍ରୀ ରିତା ଙ୍କୁ ମାରଧର କରିଥିଲେ।ସେଠାରୁ ଫେରିବା ପରେ ଗତ ୨୦୧୯ ମାର୍ଚ୍ଚ ମାସରେ ମଧ୍ୟ ସ୍ଵାମୀ ,ଶାଶୁ ଏବଂ ଅନ୍ୟମାନେ ମିଶି ରିତା ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।ଏନେଇ ବ୍ରହ୍ମପୁର ମହିଳା ଥାନାରେ ଏତଲା ଦିଆଯାଇଥିଲା।ସେଠାରେ ୨୦୧୯ ଜୁନ ୧୩ ତାରିଖରେ  ଏକ ସାମାଜିକ ସଂସ୍ଥା ର
ମଧ୍ୟସ୍ଥତା ରେ ଉଭୟଙ୍କ ମଧ୍ୟରେ ଆପୋଷ ମିଳାମିଶା କରାଯାଇଥିଲା।ଗତ ମେ ୨୪ ତାରିଖରେ ରିତା ତାଙ୍କ ଦିଅର ବିବାହ ଭୋଜି କୁ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ଅପମାନିତ କରିବା ସହ ବାପଘରୁ ୩ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ବାଧ୍ୟ କରାଯାଇଥିଲା।ଗତ ବୁଧବାର ଗଣେଶ ପୂଜା ଦିନ ସକାଳ ପ୍ରାୟ ୬ ଟା ରେ ରିତା ଙ୍କୁ ସ୍ଵାମୀ ଓ ଶାଶୁ ଘରେ ଉଲଗ୍ନ କରି ହାତର ଚୁଡ଼ି ଭାଙ୍ଗି ଚୁଟି ଧରି ଘୋଷାଡି ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ରିତା ଙ୍କ ବାପା , ମାଆ,ଭାଇ ଏବଂ ସମ୍ପର୍କୀୟ ଲୋକେ ମହୁଡା ଗ୍ରାମରେ ପହଞ୍ଚି ବୁଝା ସୁଝା କରି ଫେରିଥିଲେ ମଧ୍ୟ ଘଟଣାର ପରଦିନ ପୁଣି ରିତା ଙ୍କୁ ଜିଅନ୍ତା ଜାଳି ଦେବା ପାଇଁ ସ୍ଵାମୀ ରିତା ଉପରେ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ