ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱର୍ଗତ ଦୀଲିପ ରାଉତଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଟିଲୋ ମଧୁପୁର ଗ୍ରାମର ସ୍ୱର୍ଗତ ଦୀଲିପ କୁମାର ରାଉତଙ୍କ ଏକାଦଶାହକ୍ରିୟା ଅବସରରେ ଟିଲୋସ୍ଥିତ ବାସଭବନରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସମ୍ପାଦକ ସୁବାଷ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ପୁରୁଷଣ୍ଢ ସେବା ସମବାୟ ସମିତିର ସଭାପତି ପ୍ରଶାନ୍ତ ଦାଶ, ପଞ୍ଚାୟତ ବିଜେଡି ସଭାପତି ସୁଧିର ନାୟକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ ଲେଙ୍କା, ସମିତି ସଭ୍ୟ ପରମେଶ୍ୱର ବାରିକ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ସମାଜସେବୀ ସେକ୍ ଜଲାଲଉଦ୍ଦୀନ, ସରପଞ୍ଚ ଅଶୋକ ସାହୁ, ପୂର୍ବତନ ସରପଞ୍ଚ ତିଳୋତ୍ତମା ବାରିକ, ପୂର୍ଣ୍ଣ ଚନ୍ଦ୍ର ରାଉତ, ଲକ୍ଷ୍ମୀକାନ୍ତ ମହାନ୍ତି, ଭୀମ ଚରଣ ସାମଲ, ନିରଞ୍ଜନ ମଲ୍ଲିକ, ରବିନ୍ଦ୍ର ଦାସଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସ୍ୱର୍ଗତ ରାଉତ ଜଣେ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଆଲୋକ ରାଉତ, ଶକ୍ତିଧର ରାଉତ, ଗଣନାଥ ବେହେରା, ଗଣେଶ ସ୍ୱାଇଁ, ବିପିନ ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।