ବିଜୁ ଜନତା ଦଳର ୨୫ତମ ପୂର୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଂଚାୟତସ୍ଥିତ କୁରିକି ଗ୍ରାମ ଓ ଶିଖର ପଂଚାୟତର ଅଙ୍ଗେଶ୍ୱରପଡାସ୍ଥିତ ଅନନ୍ତ ଗୋସ୍ୱାଇଁ ପୀଠ ପରିସରରେ ବିଜୁ ଜନତା ଦଳର ୨୫ତମ ପୂର୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ଶ୍ରୀ ଦାସଙ୍କୁ ବିଜୁ ଜନତା ଦଳର ଦଳୀୟ କର୍ମୀମାନେ ପୁଷ୍ପଗୁଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ବୈଠକରେ ଶ୍ରୀ ଦାସ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁଧିଷ୍ଟିର ସ୍ୱାଇଁ, ବିଦ୍ୟାଧର ନାୟକ, ବିସ୍ମୟାନନ୍ଦ ସ୍ୱାଇଁ, ଜ୍ଞାନରଂଜନ ସ୍ୱାଇଁ, ରଂଜନ କୁମାର ବିଶ୍ୱାଳ, ଉମେଶ ମହାପାତ୍ର, ଆଶିଷ ନାୟକ, ତୁଷାର ଜେନା, ମନୋଜ ମହାପାତ୍ର, ସୂର୍ଯ୍ୟକାନ୍ତ ବିଶ୍ୱାଳ, ବିଷ୍ଣୁଚରଣ ଜେନାଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇ ବୃକ୍ଷରୋପଣ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ