ଦହିପାଳରେ ୪୩ତମ ମା’ଖୁଦୁରୁକୁଣୀ ପୂଜା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ତିରୁଣା ପଂଚାୟତସ୍ଥିତ ଦହିପାଳ ଗାଁରେ ଖୁଦୁରୁକୁଣୀ ପୂଜା କମିଟି ପକ୍ଷରୁ ୪୩ତମ ମା’ଖୁଦୁରୁକୁଣୀ ପୂଜା ଅନୁଷ୍ଠିତ ହେଉଛି । ପୂଜା କମିଟିର ଉପଦେଷ୍ଟା ବ୍ରହ୍ମାନନ୍ଦ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାକଟପୁରସ୍ଥିତ ମା’ମଙ୍ଗଳା ପୀଠରୁ ଆଜ୍ଞାମାଳା ଅଣାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ରିତିନୀତିରେ ପୂଜା କାର୍ଯ୍ୟ ଗାଁର ଝିଅମାନଙ୍କ ଦ୍ୱାରା କରାଯାଉଥିବା ବେଳେ କମିଟିର ସଦସ୍ୟ ବୈରାଗୀ ଦାସ, ବାବୁଲି ବେହେରା, ମନୋରଂଜନ ପରିଡା, ଦିଲ୍ଲିପ ଜେନା, କୁନା ସ୍ୱାଇଁ, ଅରୁଣ ସାସମଲ ଆଦିଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ୪ଦିନ ବ୍ୟାପୀ ଅୟୋଜିତ କାର୍ଯ୍ୟକ୍ରମରେ ପ୍ରତ୍ୟେହ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।


