କୃଷିକ୍ଷେତ୍ର ଅନୁଧ୍ୟାନ କଲେ ଅଧିକାରୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ସମବାୟ ସମିତି ଠାରେ ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଚାଷୀ ମାନେ ନାମ ପଞ୍ଜିକରଣ କରିଛନ୍ତି। ସମ୍ପୁର୍ଣ୍ଣ ନୂତନ ପଦ୍ଧତି ଅନୁଯାୟୀ ପଞ୍ଜିକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ଅଧିକାରୀ ମାନେ ମିଳିତ ଭାବେ କୃଷି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଆଜି ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇଙ୍କ ନେତୃତ୍ୱରେ ବଡବନସ୍ତା ଓ କପିଳ ଅଞ୍ଚଳର କୃଷି କ୍ଷେତ୍ର ପରିଦର୍ଶନ କରାଯାଇଥିଲା। ଅନଲାଇନରେ ପଞ୍ଜିକରଣ ହୋଇଥିବା ଚାଷ ଜମିକୁ ଅଧିକାରୀ ମାନେ ବୁଲି ଦେଖିଥିବା ବେଳେ ଉପସ୍ଥିତ ଚାଷୀ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ। ଉକ୍ତ ମିଳିତ ଅନୁଧ୍ୟାନକାରୀ ଦଳରେ ସମ୍ପାଦକ ଶ୍ରୀ ଖଣ୍ଡାଇଙ୍କ ସହିତ ରାଜସ୍ୱ ନିରୀକ୍ଷକ ଆଶୁତୋଷ ଦାସ, କୃଷି କର୍ମଚାରୀ ଆଶିଷ ରାଉତ ପ୍ରମୁଖ ସାମିଲ ହୋଇଥିଲେ।