ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତମହାବିଦୟାଳୟ ଠାରେ ରେ ଷ୍ଟାର୍ଟ-ଅପ ଓଡ଼ିଶା ଯାତ୍ରା-୨:୦ ଅଭିଯାନ ରଥର ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ଯୁବକ ଯୁବତୀ ତଥା କଲେଜ ଛାତ୍ରଛାତ୍ରୀ ମାନଙ୍କ ନୂତନ ଅଭିନବ ଚିନ୍ତାଧାରାକୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାର୍ଟ-ଅପ ଓଡ଼ିଶା ଦ୍ଵାରା ଷ୍ଟାର୍ଟ-ଅପ ଓଡ଼ିଶା ଯାତ୍ରା୨:୦ ଆରମ୍ଭ କରାଯାଇଛି । ଏହା ରାଜ୍ୟ ସରକାରଙ୍କ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ଏବଂ ଏହା ଗତ ୨୬/୮/୨୦୨୨ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା ଏହି ପରିପ୍ରେକ୍ଷୀରେ , ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ସ୍ଥିତ ଏସ:କେ:ସି:ଜି: ଅଟୋନୋମସ୍ କଲେଜ ପରିସରରେ ପହଞ୍ଚି ଥିଲା ଏହି ଷ୍ଟାର୍ଟ-ଅପ ଓଡ଼ିଶା-୨:୦ ଅଭିଯାନ ସଚେତନତା ରଥ । ଏହି ରଥ ପହଞ୍ଚିବା ପରେ ସଂପୃକ୍ତ କଲେଜ ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନଙ୍କ ସମେତ ଗଜପତି ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଭବ୍ୟ ସ୍ଵାଗତ କରା ଯାଇଥିଲା ।ଷ୍ଟାର୍ଟ-ଅପ ଓଡ଼ିଶା ପକ୍ଷରୁ କିଟ୍ ବିଶ୍ଵବିଦ୍ୟାଳୟର କିଟ୍-ଡ଼ିବିଆଇ ଏକ୍ଜିକୁଟିଭ ଡିଜାଇନ୍ ଓ କେମ୍ପେନର ଶ୍ରୀ ଧୃତି ସୁନ୍ଦର ଦାସ ଏବଂ ବିଆରଟିସି- ପ୍ରୋଗ୍ରାମ ଏସୋସିଏଟ ଶ୍ରୀ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନେ ଏହି ଷ୍ଟାର୍ଟ-ଅପ ଓଡ଼ିଶାରେ ନିଜର ଯେ କୌଣସି ସେକ୍ତରରେ ଯଦି କୌଣସି ପ୍ରକାର ସମସ୍ୟା ରହିଥିବା ଦେଖୁଛନ୍ତି ତେବେ ତାର ସମାଧାନ ପାଇଁ କଣ କରା ଯାଇପାରିବ , ସେ ସମ୍ପର୍କରେ ନିଜର ସୁଚିନ୍ତିତ ନୂତନ ଯୋଜନା ଓ ଭାବନାକୁ ଏଠାରେ ପରିପ୍ରକାଶ କରିବାକୁ କହିଥିଲେ ଅନ୍ୟପକ୍ଷରେ ମହିଳା ମାନଙ୍କୁ ସଶକ୍ତିକରଣ କରାଇବା କ୍ଷେତ୍ରରେ ଏହା କିଭଳି ଏକ ନୂତନ ସୁଯୋଗ ସୃଷ୍ଟି କରିବାର ରହିଛି ତାହା କହିଥିଲେ ।ଏହି ଅବସରରେ ସଂପୃକ୍ତ ମହାବିଦ୍ୟାଳୟର ଭାରପ୍ରାପ୍ର ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ଭୂୟାଁ ଉପସ୍ଥିତ ରହି ପାଠପଢା ସରିବା ପରେ ଆମେ ପରିବାର ଉପରେ ବୋଝ ନ ହୋଇ ନିଜକୁ କିଭଳି ଆତ୍ମନିର୍ଭରଶୀଳ କରିବା , ସେଥିପାଇଁ ଏହି ଷ୍ଟାର୍ଟ-ଅପ ଓଡ଼ିଶା ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଛି ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ସଚେତନ କରାଇ ଥିଲେମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ସୁମନ୍ତ କୁମାର ବେହେରା , ନିଜେ ଆତ୍ମନିର୍ଭରଶିଳ ହେବା ସହ ଅନ୍ୟପାଇଁ ନିଜେ କିଭଳି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇ ପାରିବେ , ସେ ସମ୍ପର୍କରେ କହିଥିଲେ ।ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ସୁନାରାମ ସିଂହ ଏବଂ ଜିଲ୍ଲା ଶିଳ୍ପ ପର୍ଯ୍ୟବେକ୍ଷକ ମନୋଜ କୁମାର ମହାପାତ୍ର ଯୋଗଦେଇ ଷ୍ଟାର୍ଟ-ଅପ ଓଡ଼ିଶାର ଉଦ୍ଦେଶ୍ୟ ଜ୍ଞାପନ କରି ଛାତ୍ରଛାତ୍ରୀ ମାନେ ଆତ୍ମ ନିର୍ଭରଶିଳତା କ୍ଷେତ୍ରରେ କିଭଳି ଉପକୃତ ହେବେ , ସେ ସମ୍ପର୍କରେ କହିଥିଲେ ।ଏହି ଷ୍ଟାର୍ଟ-ଅପ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଯୋଗଦେଇ ନିଜର ନୂତନ ଅଭିନବଚିନ୍ତାଧାରାଯୋଜନା ଓ ଭାବନାକୁ ଏଠାରେ ସେୟାରକରିଥିଲେ ଏହି ସେୟାର କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାର୍ଟ-ଅପ ଓଡ଼ିଶା ପକ୍ଷରୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଶ୍ରୀ ସିଂହ ଏବଂ ଜିଲ୍ଲା ଶିଳ୍ପ ପ ବେକ୍ଷକ ଶ୍ରୀ ମହାପାତ୍ର ଦ୍ଵାରା କେପ ଓ ଟି-ସାର୍ଟ ବଣ୍ଟନ କରା ଯାଇଥିଲା ।ଏହି ଅବସରରେ କାର୍ଯ୍ୟକ୍ରମରେ ନିଜର ନୂତନ ଅଭିନବ ଚିନ୍ତାଧାରା , ଯୋଜନା ଓ ଭାବନା ସେୟାର କରିଥିବା ଛାତ୍ରଛାତ୍ରୀ ସୁମିତ ପଣ୍ଡା , ବିରଞ୍ଚି ରଥ , କେ: ଇଶ୍ୱରୀ, ଏବଂ ଏସ: ଗୁଣଲକ୍ଷ୍ମି ପ୍ରମୁଖ କହିଛନ୍ତି ଯେ , ଏହା ଏକ ଭଲ କାର୍ଯ୍ୟକ୍ରମ ।ବିଭିନ୍ନ ସମସ୍ୟା କ୍ଷେତରେ ସମାଧାନ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ନୂତନ ଚିନ୍ତାଧାରାକୁ ସେୟାର କରିବା ଏକ ଭଲ ପ୍ଲାଟଫର୍ମ ବୋଲି କହିଥିଲେ ।ସେହିଭଳି ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ଆସିଥିବା ଏକଜିକୁଟିଭ ଡିଜାଇନ୍ ଓ କେମ୍ପେନାର ଶ୍ରୀ ଧୃତୀ ସୁନ୍ଦର ଦାସ କହିଛନ୍ତି ଯେ , ଛାତ୍ରଛାତ୍ରୀ ମାନଙ୍କୁ ଏହି ଷ୍ଟାର୍ଟ-ଅପ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ପ୍ରମୋଟ ଓ ଉତ୍ସାହିତ କରିବା ଏବଂ ସେମାନେ ଆଗକୁ ଆସି ସେମାନଙ୍କ ନୂତନ ଚିନ୍ତାଧାରାକୁ ସେୟାର କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ