ସ୍କୁଲ ବାରଣ୍ଡାରେ ଚାଲିଛି ଅଙ୍ଗନାବାଡି କେନ୍ଦ୍ର
ବୁଗୁଡା : ମାଣିତରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଥିବା ଏକମାତ୍ର ଅଙ୍ଗନାବାଡି କେନ୍ଦ୍ରର ଶିଶୁମାନେ ଖରା, ବର୍ଷା ଓ ଶୀତ ଖାଇ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାରେ ବସି ଶିକ୍ଷା ଲାଭ କରୁଥିବା ଦେଖାଦେଇଛି। କେନ୍ଦ୍ରରେ ୨୧ ଜଣ ଶିଶୁଙ୍କୁ ଅଙ୍ଗନାବାଡି କର୍ମୀ ସଂଯୁକ୍ତା କୁମାରୀ ଗୌଡ଼ ଶିକ୍ଷାଦାନ କରୁଥିବା ବେଳେ ସହାୟିକା ଶାନ୍ତିଲତା ପ୍ରଧାନ ଖାଦ୍ୟ ରୋଷେଇ ଦେଇଥାନ୍ତି।ଶିଶୁମାନେ ଯେପରି ଅସୁରକ୍ଷିତ ଭାବେ ବସୁଛନ୍ତି ସେହିପରି ରୋଷେଇ ଶଳା ମଧ୍ୟ ସମ୍ପୂର୍ଣ ଅସୁରକ୍ଷିତ ଅଟେ।ବହୁ ସମୟରେ ଭଙ୍ଗା ରୋଷେଇ ଘରେ ଚିଟି ସାପ, କାଣ୍ଡନଳା ସାପ ଓ ଅନ୍ୟାନ ସରୀସୃପ ବାହାରୁ ଥିବା ବେଳେ କେତେବେଳେଯେ କିଛି ଅଘଟଣ ନଘଟିବ କହି ହେବନାହିଁ।ପ୍ରାୟ ତିନି ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ପ୍ରସ୍ତାବିତ ଅଙ୍ଗନାବାଡି କେନ୍ଦ୍ରର ଘରକାମ ଛାତ ପର୍ୟ୍ୟନ୍ତ କାନ୍ଥ ଉଠିଥିବା ବେଳେ ଉପରେ ଛାତ ପଡିପାରି ନାହିଁ।ଏହା ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ନିର୍ମାଣ ହେଉଥିବା ବେଳେ ଏହି କେନ୍ଦ୍ର କାହିଁକି ନିର୍ମାଣ କାର୍ୟ୍ୟ ଶେଷ ହୋଇପାରୁ ନାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ମଙ୍ଗରାଜପୁର ଗ୍ରାମର ଅଙ୍ଗନାବାଡି କେନ୍ଦ୍ର ତୁରନ୍ତ ନିର୍ମାଣ କାର୍ୟ୍ୟ ଶେଷ କରି ଶିଶୁ ମାନଙ୍କୁ ସୁରକ୍ଷିତ ଦେବାକୁ ଦୃଢ଼ ଦାବି ହେଉଛି।


