ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୁରାତନ ଛାତ୍ର ଏବଂ ଦିବଙ୍ଗତ ଛାତ୍ର ସହ୍ ଏକ ସ୍ମୃତି ସୌରଭ ସମାବେଶ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ତା୧୦.୦୯.୨୦୨୨ ତାରିଖରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପୁରାତନ ଛାତ୍ର ଏବଂ ଦିବଙ୍ଗତ ଚାତ୍ରସହ୍ ଏକ ସ୍ମୃତି ସୌରଭ ସମାବେଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧା ନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ବିଦ୍ୟାଳୟର ପୁରାତନ ଛାତ୍ର ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସମାଜସେବୀ ଭାଗବତ ପାଢ଼ୀ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ, ପୁରାତନ ଛାତ୍ର ମହେଶ ପାଢ଼ୀ,ବିଦ୍ୟାଳୟକୁ କିଛି ଅନୁଦାନ ଦେବାବେଳେ, ପୁରାତନ ଛାତ୍ର କିଶୋର ପଟ୍ଟନାୟଙ୍କ ବିଦ୍ୟାଳୟର ପ୍ରଗତି ପାଇଁ ଏକ୍ ଲକ୍ଷ ଟଙ୍କାର ଏକ ଚିକ୍ ପ୍ରଦାନ କରିଥିଲେ।ଆନ୍ୟଙ୍କ ମଧ୍ୟରେ ରାମଶଙ୍କର ଗନ୍ତାୟତ, ୱେଈ ଶିବା,ରଜନୀ ଉଦ୍ଗତା,ଡ.ଲକ୍ଷ୍ମୀ ନାରାୟଣ ହୋତା,ନରେଶ ମହାପାତ୍ର,ସତ୍ୟନାରାୟଣ ମହାରଣା,ରୁପେଶ ପାତ୍ର, ଲିଙ୍ଗରାଜ ଦାଶ,ସରୋଜ ପାତ୍ର,ଲିମେଇ ପାତ୍ର, ମାଳିକlର୍ଜୁନ ପଟ୍ଟନାୟକ,ଲଳିତ ନାୟକ, ସୁଭଲକ୍ଷ୍ମୀ ଦାସ,ସୁଜାତା ନନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।