ନରେନ୍ଦ୍ରପୁର ଗ୍ରାମ ପଂଚାୟତ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ଠାରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ମିଳିତ ସହଯୋଗ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଯୁବ ନେତା ଜ୍ୟୋତି ରଞ୍ଜନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ ଓ ସ୍ଥାନୀୟ ସରପଞ୍ଚ ଜ୍ୟୋତି କୁମାରୀ ସାହୁ ଅତିଥି ରୂପେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ସର୍ବ ମୋଟ ୧୫୦ ଜଣ ରୋଗୀ ଚକ୍ଷୁ ପରୀକ୍ଷା କରେଇଥିଵା ବେଳେ ୩୦ ଜଣ ରୋଗୀ ଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା ଏବଂ ୪୫ ଜଣ ପରଳ ରୋଗୀଙ୍କୁ ମାଗଣା ଚିକିତ୍ସା ପାଇଁ ମେଡିକାଲ୍ ପଠାଯାଇଥିଲା । ଏହି ଚକ୍ଷୁ ପରୀକ୍ଷା ଶିବିର ସକାଳ ଆଠ ଘଣ୍ଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ରପୁର ସମିତି ସଭ୍ୟା ବି ସୋନାଲି ସେନାପତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ, ମୁନା ଦାସ ଓ ପ୍ରମୋଦ ପ୍ରଧାନ, ବରିଷ୍ଠ ବିଜେଡି ନେତା ଅଶୋକ ପାଣିଗ୍ରାହୀ, ଯୁବ ନେତା ବାପି ଦାସ, ପୂର୍ବତନ ବ୍ଲକ ବିଜେଡି ସଭାପତି ସ୍ୱପ୍ନେଶ୍ୱର ନାହାକ, ମହାନାଦପୁର ସମିତି ସଭ୍ୟା ସୁନୀତା ବେହେରା, ଲକ୍ଷ୍ମୀପୁର ସମିତି ସଭ୍ୟ ଏନ୍ ରମେଶ ରେଡ୍ଡୀ, ବିପୁଳିଙ୍ଗି ସମିତି ସଭ୍ୟା ଗୋଲାପ ପ୍ରଧାନ, ବଉଳଗାଁ ସମିତି ସଭ୍ୟ ରାମଚନ୍ଦ୍ର ପରିଡା, ଭିକାରିପଲ୍ଲି ସମିତି ସଭ୍ୟା ଏନ୍ କାନ୍ତାମା ପାତ୍ର, ପୂର୍ବତନ ବିଧାୟକ ପ୍ରତିନିଧି ଏନ.ୱର୍ଦାରଜୁଲୁ ରେଡ୍ଡୀ, ପୂର୍ବତନ ମହିଳା ବିଜେଡି ସଭାନେତ୍ରୀ ନମିତା ମହାରଣା ଶିବ ଶଙ୍କର ସେଠୀ, ଅଲିଅଳ ସେନାପତି, ଦିଲେଶ୍ୱର ରେଡ୍ଡୀ, ବିଜୟ ପଣ୍ଡା, ମନୋଜ ମହାଙ୍କୁଡ, ଜଗନ୍ନାଥ ସାବତ, ପ୍ରସାଦ ରାଓ ଆଚାରୀ, ବଳରାମ ସାହୁ, ପ୍ରଭାକର ବେହେରାଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ