ଆଇ :ଆର:ଇ କମ୍ପାନୀର ବିଚିତ୍ର ନୀତି! କାରଖାନା ଗଞ୍ଜାମରେ,ନିଯୁକ୍ତି ଓ ପରୀକ୍ଷା ଅନ୍ୟ ଜିଲ୍ଲାରେ କାହିଁକି?

ବ୍ରହ୍ମପୁର, (ଅନିଲ କୁମାର):ନିକଟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ଅବସ୍ଥିତ ବିରଳ ମୁର୍ତ୍ତିକା କରଖାନା(IRE)ରେ ନିଯୁକ୍ତି ପାଇଁ ଆବେଦନ ପତ୍ର କମ୍ପାନୀ ତରଫରୁ ଗ୍ରହଣ କାରାଯାଇଥିଲା l ବେକାର ଯୁବକ ଓ଼ ଯୁବତୀ ମାନେ ନିଯୁକ୍ତି ପାଇବାର ଆଶାରେ କଂପାନୀ ନିକଟରେ ଆବେଦନ କରିଥିଲେ କିନ୍ତୁ ଦୁର୍ଭାଗ୍ୟ କମ୍ପାନୀ ଆଜି ନିଯୁକ୍ତି ପାଇଁ ପରୀକ୍ଷା ତାରିଖ ନିର୍ଧାରଣ କରିଥିଲେ ମଧ୍ୟ ଅନେକ ଆଶାୟୀଙ୍କୁ ପରୀକ୍ଷା ପାଇଁ ଡାକିନାହିଁ, ଏପରିକି ଅନେକ ଛାତ୍ର ଛାତ୍ରୀଙ୍କୁ ଗତ କାଲି କାଲ ଲେଟର ମିଳିଛି l ତେବେ ସବୁଠାରୁ ଦୁର୍ଭାଗ୍ୟର ବିଷୟ ଯେ ଗଞ୍ଜାମବାସି ଓ ସ୍ଥାନୀୟ ବସି ଏହି କମ୍ପାନୀ ପ୍ରତିଷ୍ଠା ପାଇଁ ଅନେକ କିଛି ତ୍ୟାଗ କରିଥିଲେ ମଧ୍ୟ କମ୍ପାନୀ ବ୍ରହ୍ମପୁର କିମ୍ବା ଛତ୍ରପୁର ଠାରେ ନିଯୁକ୍ତି ପରୀକ୍ଷା ନକରି କଟକ, ଭୁବନେଶ୍ୱର, ପୁରୀ ଓ ଜଗତସିଂହପୁର ଠାରେ ପରୀକ୍ଷା କେନ୍ଦ୍ର କରିଛନ୍ତି l ଏପରିକି ଦକ୍ଷିଣ ଓଡିଶାର କୌଣସି ଜାଗାରେ ଯଥା ଜୟପୁର, କୋରାପୁଟ କିମ୍ବା ଫୁଲବାଣୀକୁ କମ୍ପାନୀ ପକ୍ଷରୁ ନିଯୁକ୍ତି ପରୀକ୍ଷା କେନ୍ଦ୍ର ନଖୋଲି,କମ୍ପାନୀ ଏହି ଅଂଚଳକୁ ଅବହେଳା କରିଛି l କେବଳ ଏକ ନିଦ୍ଧିଷ୍ଟ ଅଂଚଳକୁ କତୃପକ୍ଷ କାହିଁକି ଅଗ୍ରାଧିକାର ଦେଉଛି ତାହା ତଦନ୍ତର ବିଷୟ ଅଟେ l ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଅଂଚଳବାସୀ ତଥା ଗଞ୍ଜାମ ଜିଲ୍ଲାବାସୀଙ୍କୁ ଅଗ୍ରାଧିକାର ନଦେଲେ ଆସନ୍ତା ଦିନରେ ଏହା ବିରୁଦ୍ଧରେ ଆନ୍ଦୋଳନ ହେବ ବୋଲି ଜିଲ୍ଲା ମଜଦୁର କଂଗ୍ରେସ ସଭାପତି ତଥା ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ