ବରାହ ମାଂସ ସହ ଟିଭିସ ଏସ୍କଲ ଜବତ ଶିକାରୀ ଗିରଫ
ବୁଗୁଡା : ବୁଗୁଡା ବନାଞ୍ଚଳ ଅନ୍ତର୍ଗତ କିରିଆମ୍ବା ସାରଂକ୍ଷଣ ଜଙ୍ଗଲରେ ଫାଶ ପକାଇ ବରାହ ଶିକାର କରିଥିବା ଅଭିଯୋଗରେ କଣ୍ଟାବଣୀ ଗ୍ରାମର ଶିକାରୀ ପଠାଣି ମାଝୀ (୩୯) ଗିରଫ ହେବା ସହ ୪କିଲୋ ବରାହ ମାଂସ ଓ ଓଡ଼ି ୦୭ ଏଫ ୪୯୨୪ ଟିଭିଏସମ ଏକ୍ସଲ ମୋପେଡ ଜବତ ହୋଇଛି। ଗତ ରାତ୍ରରେ କିରିଆମ୍ବା ସଂରକ୍ଷଣ ଜଙ୍ଗଲରେ ବନ୍ୟ ଜନ୍ତୁ ଶିକାରୀ ପଠାଣି ଫାଶ ପକାଇ ବରାହ ଶିକାର କରି ତାହାର ମାଂସ ଏକ୍ସଲ ଗାଡ଼ିରେ ଧରି ବିକ୍ରି କରୁଥିଲେ।କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଭାଗବନପୁର ସେକ୍ସନ ବନପାଳ ଅଭିରାମ ଖିଲାରୀଙ୍କ ନେତୃତ୍ୱରେ ବନରକ୍ଷୀ ଅବିନାଶ କଅଁର ଓ ରବୀନ୍ଦ୍ର ମଳିକ ମିଳିତଭାବେ ଚଢ଼ାଉ କରି ପଠାଣି ମାଝିକୁ ଗିରଫ କରିବା ସହ ମାଂସ ଓ ଗାଡି ଜବତ କରିଥିଲେ।ଏନେଇ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ କେଶ ନଂ୧୭୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ଆସାମୀ ପଠାଣି ମାଝିକୁ କୋର୍ଟ ଚାଲାଣ କରାଯାଇଛି।


