ସୁଶାନ୍ତ ପୋଲାଇ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ବିଜୁ ଯୁବ ଜନତା ଦଳର ସଭାପତି ଭାବେ ସୁଶାନ୍ତ କୁମାର ପୋଲାଇ ମନୋନୀତ ହୋଇଥିବା ଜଣାପଡିଛି। ଜଣେ ଜଣାଶୁଣା ଯୁବ ସଙ୍ଗଠନ ଭାବେ ସୁଶାନ୍ତ ବାବୁ ପରିଚିତ ଅଟନ୍ତି। ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବେଳେ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦୃଢ଼ ସମର୍ଥକ ଅଟନ୍ତି। ସେ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ପୋଲସରା ବ୍ଲକର ବିଜେଡି ସଙ୍ଗଠନ ସୁଦୃଢ ହୋଇପାରିବ ବୋଲି ଆଶା କରାଯାଉଛି। ସୁଶାନ୍ତ କୁମାର ପୋଲାଇ ଏହି ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ପୋଲସରା ବିଧାୟକ ତଥା ମାନ୍ୟବର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଓ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଯେଉଁ ବିଶ୍ୱାସ ରଖି ମୋତେ ଗୁରୁଦାୟିତ୍ୱ ଦେଇଛନ୍ତି ତାହା ମୁଁ ସୁଚାରୁଭାବେ ତୁଲାଇବା ପାଇଁ ଆନ୍ତରିକ ଉଦ୍ୟମ କରିବି ବୋଲି ପୋଲସରା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ସୁଶାନ୍ତ କୁମାର ପୋଲାଇ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ