+୩ କଲେଜ ଛାତ୍ର ନିଖୋଜ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର+୩ଛାତ୍ର ବିନୋଦ ନାୟକ ଗତ ୬ଦିନ ହେବ କେଉଁଆଡେ ନିଖୋଜ ହୋଇ ଯାଇଥିବା ତାଙ୍କ ପରିବାର ପକ୍ଷରୁ ପୋଲିସ ରେ ଅଭିଯୋଗ ହୋଇଛି। ତାଙ୍କ ଘର ବାଲିପାଟଣା ଥାନା ଅନ୍ତର୍ଗତ ମହୁଖଣ୍ଡା ଗ୍ରାମ ରେ। ତାଙ୍କ ବାପା ଗଦାଧର ନାୟକ ପୋଲିସ ରେ କରିଥିବା ଅଭିଯୋଗ ଅନୁସାରେ ବିନୋଦ କଲେଜ ନିକଟସ୍ଥ ଏକ ମେସ ରେ ସାଙ୍ଗ ମାନଙ୍କ ସହିତ ରହି ଆସୁଥିଲେ। ଗତ ୬ତାରିଖ ଠାରୁ ସେ କେଉଁଆଡେ ନିଖୋଜ ହୋଇ ଯାଇଥିବା ତାଙ୍କ ବାପା କହିଛନ୍ତି। ପୋଲିସ ଏକ ମାମଲା ( ନମ୍ବର ୬୫/୨୨) ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।


