କୋଟଗଡ ବ୍ଲକ ଅଞ୍ଚଳରେ ଲାଗିଲା ଦୁଇଟି ମାଓ ଲାଲ ବ୍ୟାନର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ମାଦାଗୁଡା ରେ ଲାଗିଲା ଦୁଇଟି ମାଓ ଲାଲ ବ୍ୟାନର | କୋଟଗଡ ଅଂଚଳ ରେ ବାରମ୍ବାର ଲାଗୁଚି ମାଓବାଦୀ ଙ୍କ ହାତଲେଖା ବ୍ୟାନର |ବ୍ୟାନର ପୋଷ୍ଟ ର ଜରିଆରେ କେତବେଳେ ଦୁର୍ନୀତି ବିରୁଦ୍ଧରେ ଚେତାବନୀ ତ ଆଉ କେତେବେଳେ ଆହ୍ୱାନ ଦିଆଯାଉଥିବା ଦେଖିବାକୁ ମିଳୁଛି | ହେଲେ ସୋମବାର ବିଳମ୍ବିତ ରାତିରେ କୋଟଗଡ ବ୍ଲକ ଅନ୍ତର୍ଗତ ମାଦାଗୁଡା ଛକ ରେ ଲାଗିଥିବା ଦୁଇଟି ଲାଲ କପଡା ବ୍ୟାନର ରେ ସେପ୍ଟେମ୍ବର 13 ତାରିଖ କୁ ସ୍ୱାଧୀନତା ସଂଗ୍ରାମୀ ଯତୀନ ଦା ସହିଦ ଦିବସ କୁ ରାଜନୈତିକ ବାଣ୍ଡିମୁକ୍ତ ଦିବସ ରୂପେ ପାଳନ କରିବାକୁ ଆହ୍ୱାନ, ମାଓବାଦୀ ନାମରେ ଗିରଫ ସମସ୍ତ ବନ୍ଦୀଙ୍କୁ ରାଜନୈତିକ ବନ୍ଦୀ ର ମାନ୍ୟତା ଦିଆଯିବା ସହ ନିସର୍ତ ଖଲାସ ଓ ମିଛ କେଶ ପ୍ରତ୍ୟାହାର କରିବା, ନିୟମଗିରି ର ଦଧି କାଡ୍ରକା, ଚନ୍ଦ୍ରପୁର ର ସାସେମ ର ଲଳିତ ଓ ତାର ସାନଭାଇ, ବିଡ଼ି ପଦର ର ପ୍ରତାପ, ମଞ୍ଜୁଲତା ଙ୍କୁ ନିସର୍ତ ଖଲାସ କରିବା, ଭିମା କୋରେଗା କେଶ ରେ ବନ୍ଦୀ ଥିବା ସମସ୍ତ ବୁଦ୍ଧିଜୀବୀ ଓ ଗିରଫ ଜନ ଆନ୍ଦୋଳନ କର୍ମୀ ନେତାଙ୍କୁ ନିସର୍ତ୍ତ ଖଲାସ ନେଇ ଉଲ୍ଲେଖ ରହିଛି | ଯାହାକି ସମ୍ପୃକ୍ତ ଅଂଚଳ ରେ ଭୟର ବାତାବରଣ ଲାଗିରହିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ