ବସ ସହ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡ଼ା ଠାରୁ ନୂଆଗାଁ ମଧ୍ୟ ଭାଗ ସ୍ଥାନରେ ଆଜି ସନ୍ଧ୍ୟା ୬ ଟାରେ ବାଇକ ସହ ଏକ ଘରୋଇ ମିନି ରାମେଶ୍ୱରୀ ବସ ଧକ୍କା ହେବା ଫଳରେ ଘଟଣା ସ୍ଥଳରେହିଁ ବାଇକ ଚାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ ଗାଙ୍ଗପୁର ଥାନା ବାଲିଭାଗ ଗ୍ରାମର ପ୍ରଦୀପ ଗୌଡ଼(୪୫) ଓ ଶଶୀ ଭୂଷଣ ଗୌଡ଼ ଦୁହେଁ ବାଇକ ଯୋଗେ ତନରଡ଼ା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ସାମ୍ନା ପଟୁ ଆସୁଥିବା ଏକ ଯାତ୍ରୀବାହୀ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ଉଭୟେ ରାସ୍ତା ଉପରେ ଛିଟକି ପଡିବାରୁ ପ୍ରଦୀପର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଶଶୀକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ।ଶଶୀର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇ ଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ