ବୃଦ୍ଧାଶ୍ରମରେ ନିଜ ଜନ୍ମଦିନ ପାଳିଲେ ବିମଳ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବର୍ତ୍ତମାନ ଯୁବ ଗୋଷ୍ଠୀ ନିଜ ଜନ୍ମ ଦିନକୁ ନିଆରା ଢ଼ଙ୍ଗରେ ପାଳିବାକୁ ପସନ୍ଦ କରୁଛନ୍ତି I ବିଶେଷ ଆଗ୍ରହୀ ଏବଂ ଶିକ୍ଷିତ ଯୁବକ ମାନେ ନିଜ ଜନ୍ମ ଦିନରେ ସମାଜ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା ଦେଖାଯାଉଛି I ଏହିଭଳି ନିଆରା ଢ଼ଙ୍ଗରେ ନିଜ ଜନ୍ମ ଦିନକୁ ପାଳନ କରିଛନ୍ତି ବେଲଗୁଣ୍ଠା ନିକଟସ୍ଥ ତନରଡ଼ା ର ଆଗ୍ରହୀ ଯୁବକ ବିମଳ ସ୍ୱାଇଁ I ସେ ଆଜି ନିଜ ୨୬ ତମ ଜନ୍ମ ଦିନ ଅବସରରେ ପୋଲସରା ବ୍ଳକ୍ ହାତୀଓଟ ସ୍ଥିତ ବୃଦ୍ଧାଶ୍ରମରେ ସମୟ ଅତିବାହିତ କରିଛନ୍ତି I ଏହି ଅବସରରେ ସେ ବୃଦ୍ଧାଶ୍ରମରେ ଥିବା ୪୦ ଜଣ ଅନ୍ତେବାସୀଙ୍କ ଖାଦ୍ୟ ପାନୀୟରେ ଅପ୍ୟାୟିତ କରିବା ସହିତ ଦିନ ସାରା ସେମାନଙ୍କ ସହ ରହି ତାଙ୍କ ସୁଖ ଦୁଃଖରେ ସାମିଲ୍ ହୋଇଥିଲେ I ଆଜିର କାର୍ଯ୍ୟକ୍ରମରେ ବିମଳଙ୍କୁ ତାଙ୍କ ବନ୍ଧୁ ସମ୍ଭ୍ରାନ୍ତ ପାଣିଗ୍ରାହୀ ,ସୁଜିତ୍ ବେହେରା, କାହ୍ନା ଆଚାରୀ, ସନ୍ତୋଷ ଜେନା ପ୍ରମୁଖ ସହଯୋଗ କରିଥିଲେ I ବିମଳଙ୍କ ଏହି ନିଆରା ପ୍ରୟାସ ପାଇଁ ବେଲଗୁଣ୍ଠା ଅଞ୍ଚଳବାସୀ ବିମଳଙ୍କ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି I


