ଓରାଳି ହାଇସ୍କୁଲରେ ଯୋଗଦେଲେ ନୁତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ଜି.ସି ହାଇସ୍କୁଲରେ ନୁତନ ପ୍ରଧାନ ଶିକ୍ଷକ ଭାବେ ଅନିଲ କୁମାର ସିଂ ଯୋଗଦାନ କରିଛନ୍ତି । ଶ୍ରୀଯୁକ୍ତ ସିଂ ପୁର୍ବରୁ ଘସିପୁରା ବ୍ଲକ ବାତୋ ଉଚ୍ଚ ବିଦ୍ୟାଳୟରୁ ପଦୋନ୍ନତି ପାଇ ଏଠାକୁ ବଦଳି ହୋଇ ଆସିଛନ୍ତି । ଆଜି ସକାଳ ୧୦ଟାବେଳେ ସେ ବିଦ୍ୟାଳୟରେ ଯୋଗଦାନ କରିବା ସମୟରେ ସମସ୍ତ ଛାତ୍ରଛାତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସ୍ଥାନୀୟ ସରପଞ୍ଚ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ତାଙ୍କୁ ବିଦ୍ୟାଳୟକୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର ଶୈକ୍ଷିକ ବାତାବରଣ ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ କାମ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିମୟୀ ବେହେରାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ