ଇଣ୍ଡିଗୋ କାର ଲୁଟ ଘଟଣା : ତିନି ଅଭିଯୁକ୍ତ ଗିରଫ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନାର କରଚୁଲି ଗ୍ରାମ ନିକଟରେ ଇଣ୍ଡିଗୋ କାର ଲୁଟ ଘଟଣାରେ ତିନି ଅଭିଯୁକ୍ତ ଗିରିଫ ହେବା ସହ ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ କ ଜୀବନ୍ତ ଗୁଳି ଜବତ କରାଯାଇଛି। ଚଳିତ ସେପ୍ଟେମ୍ବର ୧୧ ତାରିଖ ଦିନ ନୟାଗଡ଼ରୁ କାର ଭଡ଼ାକରି ଲୁଟେରା ମାନେ ବ୍ରହ୍ମପୁର ଯିବାକୁ କହି ଇଣ୍ଡିଗୋ କାରରେ ଆସୁଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ କରଚୁଲି ଗ୍ରାମ ନିକଟରେ ଡ୍ରାଇଭର ମୁଣ୍ଡରେ ପିସ୍ତଲ ଲଗାଇ, ଡ୍ରାଇଭରକୁ କାରରୁ ବାହାର କରି, କାର ଧରି ବି.କରଡାବାଡି ଓ ବୁଗୁଡା ଦିଗରେ ଆସୁଥିଲେ। ଗାଡିର ଡ୍ରାଇଭର କରଚୁଲି ଲୋକଙ୍କ ସାହାଯ୍ୟରେ ବି.କରଡ଼ାବାଡି ଲୋକଙ୍କୁ ଖବର ଦେବାରୁ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ଲୁଟେରାମାନେ ବି.କରଡ଼ାବାଡି ନିକଟ ବାଘୁଆ କେନାଲ ରାସ୍ତାରେ କିଛିଦୂର ଯାଇ କାର ଛାଡି ବଣ ଆଡକୁ ଚାଲିଯାଇଥିଲେ। ବୁଗୁଡା ପୋଲିସ ଆଇଆଇସି ଚିତ୍ତରଞ୍ଜନ ବେହେରା ନିଜେ ଅନୁସନ୍ଧାନ ଦାୟିତ୍ୱ ନେଇ ତିନି ଜଣ ଆସାମୀଙ୍କୁ ଗିରିଫ କରିବା ନେଇ ବୁଗୁଡା ଥାନାରେ ଖବରଦାତା ସମ୍ମିଳନୀରେ ପ୍ରକାଶ କରାଯାଇଥିଲା। କାର ଲୁଟ ଘଟଣା ନେଇ ନୟାଗଡ଼ ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ନରୋତ୍ତମ ନାୟକ ବୁଗୁଡା ପୋଲିସ ଥାନାରେ ଲିଖିତ ଅଭିଯୋଗ ଦେବା ପରେ କେଶ ନଂ ୫୨୧/୨୨ ତାରିଖ ୧୧/୯/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତମାନେ ହେଲେ ୧- ନିରଞ୍ଜନ ସେଠୀ(୩୬) କନିଷ ର ତୁଲୁ ରୋଡ଼, ଗଣେଶ ନଗର, ଗୋଳନ୍ଥରା ଥାନା,ଗଞ୍ଜାମ ଜିଲ୍ଲା, ୨-ଭଗବାନ ପ୍ରଧାନ ଓରଫ ଆଦିତ୍ୟ(୨୯), ଗୋବିନ୍ଦପୁର, ତାରତାରିଣୀ ନିକଟ, ପୁରୁଷୋତ୍ତମପୁର ଥାନା, ଗଞ୍ଜାମ ଜିଲ୍ଲା ଓ ୩-ପ୍ରଭାକର ପ୍ରଧାନ ଓରଫ ସାଗର(୪୦), ଶଙ୍କରଖୋଲ, ଟିକାବାଲି ଥାନା, ଫୁଲବାଣୀ ଜିଲ୍ଲା। ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ତିନିଟି ଜୀବନ୍ତ ଗୁଳି, ୩ ଟି ମୋବାଇଲ, ବ୍ଲେଡ଼ ଲାଗିଥିବା ଫୋଲଡିଂ ହେଉଥିବା ଏକ ଷ୍ଟିଲ ରେଜର ଓ ଏକ ପ୍ଲାଷ୍ଟିକ ରେଜର ଜବତ ହୋଇଛି। ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ