ପ୍ରଧାନ ଶିକ୍ଷକ ଙ୍କ ବଦଳି ବାତିଲ ଦାବିରେ ଛାତ୍ର ଛାତ୍ରୀ ଙ୍କ ରାସ୍ତା ଅବରୋଧ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ବନ୍ତଳିଗ୍ରାମ ପଂଚାୟତ ହାଇସ୍କୁଲ ରେ ପାଠ ପଢୁଥିବା ୪୦୦ ରୁ ଅଧିକ ଛାତ୍ରଛାତ୍ରୀ ଆଜି ପୁରୀ – ଗୋପ ମୁଖ୍ୟ ରାସ୍ତାକୁ ଦଳନଇ ବଜାର ଠାରେ ଅବରୋଧ କରିଛନ୍ତି l ସୂଚନା ମୁତାବକ ଏହି ହାଇସ୍କୁଲ ରେ ପ୍ରାୟ ୪୦୦ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଶିକ୍ଷକ ଅଭାବ ଯୋଗୁଁ ବିଭିନ୍ନ ସମୟରେ ପାଠ ପଢ଼ାରେ ବ୍ୟାଘାତ ଘଟେ । ଏହି ସମୟ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ କୁମାର ମାନ୍ଧାତା ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି l ବଦଳି ପଛର କାରଣ ରାଜନୀତି ବୋଲି ଅଭିଯୋଗ କରିଛନ୍ତି ଅଭିଵାବକ l କାରଣ ଏହି ବିଦ୍ୟାଳୟ ଏବେ ୫ଟି ଅଧୀନ କୁ ଯାଇଛି। ୫ଟି କାର୍ଯ୍ୟ ରେ ବିଦ୍ୟାଳୟ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଥିବା ବେଳେ ହଠାତ ପ୍ରଧାନଶିକ୍ଷକ ପ୍ରସନ ମାନ୍ଧାତା ଙ୍କୁ ଏଠାରୁ ଅନ୍ୟତ୍ର ବଦଳି ଆଦେଶ ମିଳିଛି। ୫ଟି ଯୋଜନା ରେ ମିଳିଥିବା ସରକାରୀ ଅନୁଦାନ ଅର୍ଥ ରୁ ପି .ସି ନଦେବା କାରଣ ରୁ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ବଦଳି କରାଯାଇଥିବା ଉଭୟ ପିଲା ଓ ଅଭିଵାବକ ମାନେ ଅଭିଯୋଗ କରି ତୁରନ୍ତ ଶିକ୍ଷା ବିଭାଗ ତାଙ୍କ ବଦଳି ଆଦେଶ କୁ ସ୍ଥଗିତ ରଖିବାକୁ ଦାବୀ କରି ଚାତ୍ର ଛାତ୍ରୀ ମାନେ ମୁଖ୍ୟ ରାସ୍ତା ଉପରେ ବସିରହିଥିଲେ।


