କଳାପାଞ୍ଚଣ ପଞ୍ଚାୟତ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କଳାପାଞ୍ଚଣ ପଞ୍ଚାୟତ ପକ୍ଷରୁ ରାସ୍ତା କଡ଼ରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ପଞ୍ଚାୟତ ର ସରପଂଚ ଗୀତାଞ୍ଜଳି ଜେନା ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଅରକ୍ଷିତ ଜେନା ,ଯୁବନେତା ବାପି ଜେନା ସମେତ ବହୁ ୱାର୍ଡ ସଭ୍ୟ / ସଭ୍ୟା ,ଦୀପକ ସାହୁ ,ସେକଭାଲୁ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ ।ପ୍ରଥମ ପର୍ଯ୍ୟାୟରେ ପ୍ରାଚୀନଦୀ କୁଳ ଠାରୁ ଗୋପୀନାଥ ପାଟଣା ରାସ୍ତାର ଉଭୟ ପାର୍ଶ୍ୱରେ ନଡ଼ିଆ ଗଛ ଚାରା ରୋପଣ କରାଯାଇଥିଲା ।ପରେ ପଞ୍ଚାୟତ ର ବିଭିନ୍ନ ରାସ୍ତା ରେ ଗଛ ରୋପଣ କରାଯିବ ବୋଲି ସରପଂଚ ଗୀତାଞ୍ଜଳି ଜେନା ସୂଚନା ଦେଇଛନ୍ତି ।ନଡ଼ିଆ ଗଛ ରୋପଣ ହେଲେ ପଞ୍ଚାୟତର ଆୟ ବୃଦ୍ଧି ପାଇବା ସହ ଲୋକମାନେ ମଧ୍ୟ ଉପକୃତ ହେବେ ବୋଲି ସମାଜସେବୀ ଅରକ୍ଷିତ ଜେନା କହିଛନ୍ତି ।


