ଖଣ୍ଡଦେଉଳି ହାଇସ୍କୁଲରେ ଜାତୀୟ ହିନ୍ଦୀଦିବସ ପାଳିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡିଦେଉଳି ହାଇସ୍କୁଲ ପରିସରରେ ଜାତୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷକ ଡ଼. ଶଙ୍କର ନାରାୟଣ ବେଜ଼ ଯୋଗଦେଇ ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖକୁ ଜାତୀୟ ହିନ୍ଦୀ ଦିବସ ରୂପେ ଘୋଷଣା କରିଥିଲେ। ଉକ୍ତ ଦିନ ଠାରୁ ଏହାକୁ ପାଳନ କରାଯାଉଥିବା ବେଳେ ଏହି ପାଳନର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସଂସ୍କୃତ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ବଡ଼ଜେନା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ବିଘ୍ନରାଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରେ ଉପସ୍ଥିତ ବିଦ୍ୟାର୍ଥିମାନଙ୍କ ମଧ୍ୟରେ ହିନ୍ଦୀ ଓ ସଂସ୍କୃତ ଭାଷାରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ହିନ୍ଦୀ ରେ ପ୍ରଥମ ରଶ୍ମିରଞ୍ଜନ ଗୌଡ଼ ପ୍ରଥମ ଓ ସଂସ୍କୃତିରେ ପ୍ରଥମ ହୋଇଥିବା ପ୍ରଜ୍ଞାପରିମିତା ଦାଶଙ୍କୁ ପୁରସ୍କୃତ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥି ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ