ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଦ୍ୱାରା ବ୍ଲକରେ ସମୀକ୍ଷା ବୈଠକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ହାଟଡିହି ବ୍ଲକରେ ବିଭିନ୍ନ କର୍ମଚାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ପ୍ରାରମ୍ଭରେ ପିଇଓ ମାନଙ୍କୁ ଡାକି ପଞ୍ଚାୟତ ମାନଙ୍କରେ ଦିଆଯାଉଥିବା ଭତ୍ତା ସମ୍ପର୍କରେ ଆଳୋଚନା କରି ଏହାର ସମୀକ୍ଷା କରିଥିଲେ । ମଧୁବାବୁ ଯୋଜନାରେ ଦିଆଯାଉଥିବା ଭତ୍ତା ହିତାଧିକାରୀଙ୍କ ତାଲିକା ତୁରନ୍ତ ଦେବାକୁ ସେ ପିଇଓ ମାନଙ୍କୁ ନିଦେ୍ର୍ଦଶ ଦେବା ସହିତ ଏନେଇ ସେ ଅତିଶିଘ୍ର ନୋଟିସ କରିବାକୁ କହିତôଲେ । ଯେପରି ଏହା ସର୍ବସାଧାରଣ ଅବଗତି ହୋଇ ପାରିବେ ଓ ଯଦି କେହି ଅଭିଯୋଗ କରନ୍ତି ତାହାର ମଧ୍ୟ ଶୁଣାଣି ହେବ ବୋଲି ସେ କହିଥିଲେ । ପରେ ବ୍ଲକରେ କାର୍ଯ୍ୟରତ ସମସ୍ତ ଯନ୍ତ୍ରୀ ମାନଙ୍କୁ ଡାକି ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ମନରେଗା କାମରେ ସଫଳତା ମିଳୁ ନଥିବା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ୫-ଟି କାମ ଗୁଡିକରେ ଅବହେଳା ନକରିବାକୁ ସେ ନିଦେ୍ର୍ଦଶ ଦେବା ସହିତ ଅନ୍ୟାନ୍ୟ କାମ ଗୁଡିକ କିପରି ଅଗ୍ରଗତି ଘଟିବ ସେନେଇ ସମସ୍ତେ ଚେଷ୍ଟା କରିବାକୁ ଉପଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ ବିଡିଓ ବିନିତା ବିଜୟିନୀ, ତହସିଲଦାର ଦିଲ୍ଲିପ କୁମାର ସାହୁ, ସହକାରୀ ନିର୍ବାହୀଯନ୍ତ୍ରୀ ତପନ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।


