ଫେରାର ଦାଦା ଝିଆରୀ ଉଦ୍ଧାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଅଞ୍ଚଳରୁ ଜନୈକ ଦାଦା ଝିଆରୀ ଗତ ଜୁନ ମାସରୁ ଫେରାର ହୋଇଯାଇଥିଲେ। ଦାଦା ଜଣକ ପ୍ରେମ ଜନିତ କାରଣକୁ ନେଇ ନବମ ଶ୍ରେଣୀ ରେ ପଢ଼ୁଥିବା ଝିଆରୀକୁ ନେଇ ଓଡିଶା ବାହାରକୁ ଚାଲି ଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ୨୨୫/୨୨ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ଥାନା ଅଧିକାରୀ ଅମିତାଭ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାବାଳିକା ଜଣକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଅନୁସନ୍ଧାନ ଜାରି ରହିଥିଲା। ଶେଷରେ ମୋବାଇଲ ଟ୍ରାକିଂ ଜରିଆରେ ପୁଲିସ ବିଜୟୱାଡା ଠାରୁ ଉଭୟ ଦାଦା ଝିଆରୀଙ୍କୁ ଉଦ୍ଧାର କରିଥିଲା। ଉଭୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଦାଦାକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।


