୮ ଦିନ ହେଲା ଜଳ ଯୋଗାଣ ବନ୍ଦ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣି ପୌର ପରିଷଦର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଶଗଡିଆ ସାହିରେ ପାଣି ପାଇଁ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଅଞ୍ଚଳକୁ ଦୀର୍ଘ ୮ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଏହାର ପ୍ରତିବାଦରେ ସାହିର ମହିଳାମାନେ ହାଣ୍ଡି ଡେକଚି ଧରି ରାଜରାସ୍ତାକୁ ଅବରୋଧ କରି ବସିଥିବା ଦେଖିବାକୁ ମିଳିଥିଲା । ମହିଳା ମାନଙ୍କ କହିବା ଅନୁଯାୟୀ ୬ ମାସ ହେଲା ଦୁଇ ଚାରି ଦିନରେ ଥରେ ପାଣି ଆସୁଥିଲା। ବାରମ୍ବାର ଅଭିଯୋଗ କରି କିଛି ଫଳ ମିଳିଲାନି। ଅପରପକ୍ଷରେ ଆଜିକୁ ୮ ଦିନ ହେଲା ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ଧରି ଏହି ରାସ୍ତାରେ ଯାତାୟତ ବନ୍ଦ ରହିଥିଲା। ଖବର ଶୁଣି ପିଏଚଡ଼ି କନିଷ୍ଠ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ତେବେ ପାଣି ଦେଲେ ଆମେ ଉଠିବୁ ବୋଲି ଲୋକେ କହିଥିଲେ। ଶେଷରେ ବିଭାଗୀୟ ଅଧିକାରୀ ଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ଉଠିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ